Spread the love

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ଆପ୍‌ ‌‌ନେତା ରାଘବ ଚଢ଼ାଙ୍କ ସହ ଦେଖିବାକୁ ମିଳିବା ପରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। ଦୁହେଁ ସାଙ୍ଗ ହୋଇ ମଧ୍ୟାହ୍ନ ଓ ରାତ୍ର ଭୋଜନ କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଡେଟିଂ ଚର୍ଚ୍ଚାକୁ ନେଇ ରାଘବଙ୍କୁ ପ୍ରଶ୍ନ କରାଯାଇଥିଲେ ବି ସେ ପରିଣୀତିଙ୍କ ସହ ସମ୍ପର୍କ ଥିବା ନେଇ ମନା କରିନଥିଲେ କି ସ୍ବୀକାର ମଧ୍ୟ କରିନଥିଲେ।

ଏମଧ୍ୟରେ ଏବେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ, ଦୁହିଁଙ୍କ ପରିବାର ବିବାହ ଯୋଜନା ବିଷୟରେ ଆଲୋଚନା କରିବା ଆରମ୍ଭ କରିଛନ୍ତି। ଚର୍ଚ୍ଚା ହେଉଛି ଯେ, “ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସମାରୋହ ହୋଇନାହିଁ। କିନ୍ତୁ ଦୁହିଁଙ୍କ ପରିବାର ଏହା ଉପରେ ଆଲୋଚନା କରୁଛନ୍ତି ଏବଂ ଖୁବ୍ ଶୀଘ୍ର ବିବାହ ହେବ। ଦୁହେଁ ଏକାଠି ଥିବାରୁ ଉଭୟଙ୍କ ପରିବାର ଖୁସି। କିନ୍ତୁ ଉଭୟ ନିଜ ନିଜ କାମରେ ବ୍ୟସ୍ତ ଥିବାରୁ କୌଣସି ସମାରୋହ ପାଇଁ ତାରିଖ ସ୍ଥିର କରାଯାଇପାରିନାହିଁ।”
ତେବେ ଡେଟିଂ ଚର୍ଚ୍ଚାକୁ ‌ନେଇ ରାଘବଙ୍କୁ ପ୍ରଶ୍ନ କରାଯିବା ପରେ ସେ କହିଥିଲେ, ଦୟା‌କରି ମୋତେ ରାଜନୀତି ସଂପର୍କରେ ପ୍ରଶ୍ନ ପଚାରନ୍ତୁ, ପରିଣୀତିଙ୍କ ସଂପର୍କରେ ପଚାରନ୍ତୁନି’। ତେବେ ରାଘବଙ୍କର ଏହି ଉତ୍ତର ଗଣମାଧ୍ୟମ ପ୍ରତିନିଧିଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ସେମାନେ ପୁଣି ପ୍ରଶ୍ନ କରିଥିଲେ ଯେ ପରିଣୀତି ଓ ତାଙ୍କ ମଧ୍ୟରେ କ’ଣ ସଂପର୍କ ରହିଛି ତାହା ଲୋକ ଜାଣିବାକୁ ଚାହାନ୍ତି, ଯାହାର ଉତ୍ତରରେ ରାଘବ କହିଥିଲେ, ‘ଉତ୍ତର ଦେବି’।

Leave a Reply

Your email address will not be published. Required fields are marked *