Spread the love

କଟକ : ରାସ୍ତା ଅତିକ୍ରମ କରୁଥିବା ବେଳେ ଚଢ଼ିଗଲା ଟ୍ରକ୍‌। ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଣ୍ଟିଲୋ-ଖୋର୍ଦ୍ଧା ରାସ୍ତାରେ ଘଟିଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ପର୍ଶୁରାମପୁର ଗାଁର ବିନୋଦ ସାହୁ ଆଜି ସକାଳେ ସାଇକେଲ୍‌ରେ କୌଣସି କାମରେ ବାହାରକୁ ଯାଉଥିଲେ। ସେ କଣ୍ଟିଲୋ-ଖୋର୍ଦ୍ଧା ରାସ୍ତାର ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥର ପଞ୍ଚାୟତର ପର୍ଶୁରାମପୁର ଛକ ଅତିକ୍ରମ କରୁଥିବା ବେଳେ ସମ୍ମୁଖରୁ ଆସୁଥିବା ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି।
ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକକୁ ଧରି ବହେ ଛେଚିଥିଲେ। କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଟ୍ରକ୍‌ ଚାଳକକୁ ଉଦ୍ଧାର କରିଥିଲା। ଏହା ପରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା ପୁଲିସ୍‌। ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତିନି ଘଣ୍ଟା ପରେ ରାସ୍ତା ସ୍ୱଭାବିକ ହୋଇଛି।

 

Leave a Reply

Your email address will not be published. Required fields are marked *