Spread the love

ଭୁବନେଶ୍ୱର: ରାଜଧାନୀରେ ଗୋଟିଏ ଦିନରେ ରେକର୍ଡ ପରିମାଣର ପେଟ୍ରୋଲ ବିକ୍ରି ହୋଇଥିବା ଜଣାଯାଇଛି। ସାଧାରଣ ଦିନ ଅପେକ୍ଷା ଭୁବନେଶ୍ବରରେ ଅଢେଇ ଗୁଣା ଅଧିକ ବିକ୍ରି ହେଇଛି ପେଟ୍ରୋଲ। ଏନେଇ ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଭୁବନେଶ୍ବରରେ ପ୍ରାୟ ଗୋଟିଏ ଦିନରେ ୩ ଲକ୍ଷ ୩୦ହଜାର ଲିଟର ପେଟ୍ରୋଲ ବିକ୍ରି ହୁଏ, ହେଲେ ଗତକାଲି ପ୍ରାୟ ୮ ଲକ୍ଷ ୨୫ ହଜାର ଲିଟର ପେଟ୍ରୋଲ ବିକ୍ରି ହେଇଛି। ଅବଶ୍ୟ ଡିଜେଲ ବିକ୍ରିରେ ବିଶେଷ କିଛି ପାର୍ଥକ୍ୟ ନାହିଁ, କାରଣ ଗାଡ଼ିଗୁଡ଼ିକ ବନ୍ଦ ରହିଛି। ଆଶା କରାଯାଉଛି ଭୁବନେଶ୍ୱରରେ ମଧ୍ୟାହ୍ନ ସୁଦ୍ଧା ଯେତିକି ଇଣ୍ଡିଆନ ଅଏଲର ପମ୍ପ ଅଛି, ସେଠି ଗାଡ଼ି ପହଞ୍ଚିଯିବ ଏବଂ ସନ୍ଧ୍ୟା ସୁଦ୍ଧା ଭାରତ ପେଟ୍ରୋଲ ପମ୍ପରେ ବି ଗାଡ଼ି ପହଞ୍ଚିଯିବ ପାରାଦୀପରୁ ବାହାରି ସାରିଛି। କିନ୍ତୁ ରାଜ୍ୟରେ ଏବେ ବି ସ୍ଥିତି ଠିକ୍ ହେଇ ନାହିଁ।
ସଞ୍ଜୟ ଲାଠ ଆହୁରି କହିଛନ୍ତି, ରାଜ୍ୟରେ ତେଲ ବିତରଣ ସ୍ବାଭାବିକ ହେବାକୁ ୨ରୁ ୩ ଦିନ ଲାଗିବ। ଭୁବନେଶ୍ବରରେ ଆଜି ସ୍ଥିତି ସ୍ବାଭାବିକ ହୋଇପାରେ ତେଲ ଟ୍ୟାଙ୍କରର ଡ୍ରାଇଭର ଅନେକ ସ୍ଥାନରେ ସହଯୋଗ କରୁନଥିବାରୁ ସମସ୍ୟା ଉପୁଜିଛି।

Leave a Reply

Your email address will not be published. Required fields are marked *