Spread the love

ରାଉରକେଲା: ବିହାରରୁ ଝାଡ଼ଖଣ୍ଡ ପାଇଁ ଆସିଥିବା ଆର୍ମି କସମେଟିକ ସାମଗ୍ରୀ ରାଉରକେଲାରେ ଜବତ ହୋଇଛି। ରଘୁନାଥପଲ୍ଲୀ ଥାନା ପୁଲିସ ଏହି ଘଟଣାରେ ୨ ଜଣ ମହିଳାଙ୍କ ସମେତ ମୋଟ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଧୀରଜ କୁମାର, ରାଜବୀର ଶର୍ମା, ଗୋରଖ କୁମାର ଦୀପା ଶର୍ମା ଓ ଆରତୀ ଶର୍ମା। ପ୍ରଥମ ଅଭିଯୁକ୍ତର ଘର ବିହାର ହୋଇଥିଲା ବେଳେ ଅନ୍ୟମାନଙ୍କର ଠିକଣା ରାଉରକେଲା। ପୁଲିସ ୪୩ ଲକ୍ଷ ଟଙ୍କାର କସମେଟିକ ସହ, ଗୋଟିଏ ଟ୍ରକ, ଗୋଟିଏ ସ୍କର୍ଫିଓ ଓ ଗୋଟିଏ କାର ହୋଇଛି ଜବତ କରିଛି।
ସୂଚନା ଅନୁସାରେ ଗତ ୪ ତାରିଖ ଦିନ ବିହାରର ରାଜଧାନୀ ପାଟନାର ଆନନ୍ଦ ଏଜେନ୍ସିରୁ ୪୩ ଲକ୍ଷ ଟଙ୍କାର କସମେଟିକ ଝାରଖଣ୍ଡର ରାମପୁର ଆର୍ମି କେଣ୍ଟିନକୁ ଏକ ଟ୍ରକ ଯୋଗେ ଯାଉଥିଲା। କିନ୍ତୁ ଟ୍ରକ୍ ଆର୍ମି କେଣ୍ଟିନରେ ନପହଞ୍ଚି ରାଉରକେଲା ଆସି ମାଲ ଅନଲୋଡ କରି ବିକ୍ରି କରି ଟ୍ରକ୍ ରଙ୍ଗ ପରିବର୍ତ୍ତନ କରାଯାଉଥିବା ବେଳେ ରାଉରକେଲା ରଘୁନାଥପଲ୍ଲୀ ପୁଲିସ ଖବର ପାଇ ଅତର୍କିତ ଭାବେ ପହଞ୍ଚି ମାଡ଼ି ବସିଥିଲା। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *