Spread the love

ଭୁବନେଶ୍ବର: ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ କାରଣରୁ ରାଜ୍ୟବ୍ୟାପି ପ୍ରଭାବିତ ପେଟ୍ରୋଲ ପମ୍ପଗୁଡ଼ିକରେ ଶୁକ୍ରବାର ସନ୍ଧ୍ୟାଠାରୁ ସ୍ବାଭାବିକ ପରିସ୍ଥିତି ଫେରୁଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ତେଲ ଫିଲିଙ୍ଗ ନେଇ ସ୍ଥିତି ସ୍ୱାଭାବିକ ହୋଇଯାଇଛି। ଉତ୍କଳ ପେଟ୍ରୋଲିୟ ଡିଲର ଆସୋସେସନ ସାଧାରଣ ସଂପାଦକ ସଂଜୟ ଲାଠ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଶ୍ରୀ ଲାଠ କହିଛନ୍ତି ଯେ, ଭୁବନେଶ୍ବରର ପ୍ରାୟ ଟାଙ୍କିରେ ପେଟ୍ରୋଲ ପହଞ୍ଚି ସାରିଛି। ଯେଉଁଭଳି ଜନସାଧାରଣ ପେଟ୍ରୋଲ କିଣିକି ପକାଇଛନ୍ତି ଆଗାମୀ ୩ଦିନ ପର୍ଯ୍ୟନ୍ତ ପେଟ୍ରୋଲ ବେପାର ମାନ୍ଦା ରହିବ। ବିଶେଷକରି ସାରା ଓଡ଼ିଶାରେ ସ୍ଥିତି ସ୍ୱାଭାବିକ ହେବା ପାଇଁ ଆଉ ୨ ଦିନ ସମୟ ଲାଗିବ। କିନ୍ତୁ ପେଟ୍ରୋଲର ଅସୁବିଧା ହେବ ନାହିଁ । ଏଥିରୁ ଗୋଟେ କଥା ଶିକ୍ଷାଲାଭ ମିଳିଲା ଯେ ଆନ୍ଦୋଳନ କଲେ ବି ତୈଳ ଗାଡିକୁ ଏଥିରେ ଆଡ଼ କରିବା ନାହିଁ। ଯଦି କରାଯାଏ ତେବେ ଜନସାଧାରଣ ଅସୁବିଧାରେ ପଡିବେ।
ସୂଚନାଯୋଗ୍ୟ, ତେବେ ଡ୍ରାଇଭର ମହାସଂଘର ଆନ୍ଦୋଳନ କାରଣରୁ ରାଜ୍ୟବାସୀ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସାଧାରଣ ପରିବହନ ଉପରେ ଭରସା କରୁଥିବା ଲୋକେ ହଇରାଣ ହୋଇଥିଲେ। ଦୈନନ୍ଦିନ ବସ୍‌ରେ ଯାତାୟତ କରୁଥିବା ଲୋକେ ନାହିଁ ନଥିବାର ଅସୁବିଧାର ସାମ୍ନା କରିଥିଲେ। ସେହିପରି ରାଜ୍ୟର ଗ୍ରାମାଞ୍ଚଳରେ ବେପାରୀମାନେ ପେଟ୍ରୋଲ ଲିଟର ପିଛା ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥିଲା। ଲୋକେ ଅନାବଶ୍ୟକ ପେଟ୍ରୋଲ କିଣିବା ଦ୍ବାରା ଅନ୍ୟମାନଙ୍କୁ ହଇରାଣର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିଲା ପରେ ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିଛନ୍ତି। ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି। ଆନ୍ଦୋଳନରୁ ଓହରିବା ପାଇଁ ସେ ଡ୍ରାଇଭରମାନଙ୍କୁ ଅନୁରୋଧ କରିଥିଲା ବେଳେ ତିନିମାସ ମଧ୍ୟରେ ଦାବି ପୂରା ନହେଲେ ଆଗାମୀ ଦିନରେ ଓଡ଼ିଶା ବଡ଼ଧରଣର ଆନ୍ଦୋଳନ ଦେଖିବ ‌ବୋଲି ଚେତାବନୀ ଦେଇଛନ୍ତି। ଏଥି ସହିତ ନବୀନ ନିବାସ ଆଗରେ ଡ୍ରାଇଭରମାନେ ଆତ୍ମହୁତି ଦେବେ ବୋଲି ଧମକ ଦେଇଛନ୍ତି।

Leave a Reply

Your email address will not be published. Required fields are marked *