Spread the love

ଭୁବନେଶ୍ବର: ରାଜଧାନୀରେ ଉଠା ଦୋକାନୀମାନେ ରାଜମହଲ ଏବଂ କଳ୍ପନା ଛକରେ ରାସ୍ତା ଅବରୋଧ କରାଯାଇଛି। ମଝି ରାସ୍ତାରେ ବସି ରହିଛନ୍ତି ଉଠାଦୋକାନୀ। ବିଏମସି ବେଆଇନ ଭାବରେ ଦୋକାନ ଭାଙ୍ଗୁଥିବା ଅଭିଯୋଗ କରି ଦୋକାନୀମାନେ ଏଭଳି ପ୍ରତିବାଦ କରୁଛନ୍ତି।
ବଡ଼ ବଡ଼ ଦୋକାନୀଙ୍କ ଇଙ୍ଗିତରେ ବିଏମସି ଉଠା ଦୋକାନକୁ ଭାଙ୍ଗୁଥିବା ଅଭିଯୋଗ ହୋଇଛି।
ଏହାଫଳରେ ରାସ୍ତାରେ ଅଟକି ରହିଥିଲା ଶହଶହ ଗାଡ଼ି। ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ପୁଲିସର ହସ୍ତକ୍ଷେପ ଫଳରେ ଗାଡ଼ି ଚଳାଚଳ ସ୍ୱାଭାବିକ ହେଇଥିଲା। ରୋଚକ କଥା ହେଲା ଏମାନଙ୍କୁ ହକି ସମୟରେ କେବଳ ହକି ପାଇଁ ହିଁ ଉଠାଯାଇଥିବା କହିଥିଲେ। ହେଲେ ଖେଳ ସରିଲା ପରେ କଣ ପାଇଁ ଉଠାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଉଠା ଦୋକାନୀ।

Leave a Reply

Your email address will not be published. Required fields are marked *