Spread the love

ବ୍ରହ୍ମପୁର: ପୁଲିସ୍‌ ଉପରକୁ ବୋମା ମାଡ଼ ହୋଇଛି। ଆଜି ଏପରି ଚିତ୍ର ଆସିଛି ବ୍ରହ୍ମପୁରରୁ। ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ହୋଇଛି ବୋମା ମାଡ଼। ଅଳ୍ପକେ ବର୍ତ୍ତିଲା ପୁଲିସ୍‌ କର୍ମଚାରୀଙ୍କ ଜୀବନ।

ମଙ୍ଗଳବାର ଲକ୍ଷ୍ମୀନୃସିଂହ ସାହିରେ ଏକ ଘରକୁ ବୋମାମାଡ଼ ହୋଇଥିଲା। ଏହି ବୋମାମାଡ଼ରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ଶ୍ରୀକ୍ଷେତ୍ର ବିହାରରେ ଆତ୍ମଗୋପନ କରିଥିବା କୌଣସି ଖବର ପାଇଥିଲା ପୁଲିସ୍‌। ଯୋଜନା ମୁତାବକ ଆଜି ଏସ୍‌ଆଇ ରଞ୍ଜିତ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ଶ୍ରୀକ୍ଷେତ୍ର ବିହାରରେ ପହଞ୍ଚିଥିଲା। ପୁଲିସ ଟିମ୍‌ ସେଠାରେ ପହଞ୍ଚି କବାଟ ବାଡ଼େଇଥିଲେ। ମାତ୍ର ଘର କବାଟ କେହି ଖୋଲିନଥିଲେ।

ପ୍ରାୟ ଅଧ ଘଣ୍ଟାଏ ପରେ ପୁଲିସ୍‌ ଟିମ୍‌ ଘରର କବାଟ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିଲା। ଠିକ୍‌ ସେହି ସମୟରେ ଘର ଭିତରୁ ଦୁଇଟି ବୋମା ଫିଙ୍ଗା ଯାଇଥିଲା। ଏଥିସହ ଗୁଳି ଚାଳନା ମଧ୍ୟ ହୋଇଥିଲା। ସୌଭାଗ୍ୟକୁ ଏଥିରେ କୌଣସି ପୁଲିସ୍‌ କର୍ମଚାରୀ ଆହତ ହୋଇନାହାନ୍ତି। ପୁଲିସ କର୍ମଚାରୀମାନେ ସେଠାରେ ଦୂରେଇ ଯାଇଥିଲେ।

ପରେ ବ୍ରହ୍ମପୁର ଏଏସପି ଅସୀମ ପଣ୍ଡା, ବଡ଼ ବଜାର ପୁଲିସ ଆଇଆଇସି ପ୍ରଶାନ୍ତ ଭୂପତି, ଅନ୍ୟ ଅଧିକାରୀମାନେ କୌଶଳ କରି ଉକ୍ତ ଘରେ ଚଢ଼ଉ କରିଥିଲେ। ବୋମା ବିସ୍ଫୋରଣ ହୋଇଥିବା ଘରୁ ୩ ଜଣ ଯୁବକ ଓ ୨ଜଣ ମହିଳାଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *