Spread the love

ଅହମଦାବାଦ: ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତରଫରୁ ବିରାଟ କୋହଲିଙ୍କ ଶତକ ପରେ ଏବେ ଅକ୍ଷର ପଟେଲ ମଧ୍ୟ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଅକ୍ଷର ନିଜର ଅର୍ଦ୍ଧଶତକ ପୂରା କରିଛନ୍ତି। ସେ ୯୫ଟି ବଲ୍‌ ଖେଳି ଏହି କୃତିତ୍ବ ହାସଲ କରିଛନ୍ତି। ନିଜର ଅର୍ଦ୍ଧଶତକରେ ଅକ୍ଷର ୪ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ବିରାଟ କୋହଲିଙ୍କ ସହିତ ଅକ୍ଷର ପଟେଲ ୧୬୧ ରନ୍‌ର ଭାଗିଦାରୀ ହୋଇପାରିଛନ୍ତି। ଅକ୍ଷର ପଟେଲ ୭୯ ରନ୍‌ ସଂଗ୍ରହ କରି ପାଭଲିଅନ ଫେରିଛନ୍ତି। ଭାରତର ସ୍କୋର ୬ଟି ୱିକେଟ୍‌ରେ ୫୬୮ ରନ୍‌ରେ ପହଞ୍ଚିଛି। ଫଳରେ ଟିମ୍‌ ଇଣ୍ଡିଆ ୮୮ରନ୍‌ରେ ଆଗୁଆ ଅଛି। ଅତିଥି ଦଳ ପ୍ରଥମ ପାଳିରେ ୪୮୦ ରନ୍‌ ସଂଗ୍ରହ କରିଛି।
ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ବିରାଟ କୋହଲି ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ୟାରିୟରରେ ଏହା ହେଉଛି ବିରାଟ କୋହଲିଙ୍କ ୨୮ତମ ଶତକ। ଏଥି ସହିତ ସେ ପାଖାପାଖି ୩ ବର୍ଷର ଅପେକ୍ଷାକୁ ଶେଷ କରିଛନ୍ତି। କୋହଲିଙ୍କ ବ୍ୟାଟ୍‌ରୁ ଶେଷ ଟେଷ୍ଟ ଶତକ ୨୦୧୯ ମସିହାରେ ବାହାରିଥିଲା। ଅଷ୍ଟ୍ରେଲିଆ ସାମ୍ନାରେ ଟିମ୍‌ ଇଣ୍ଡିଆକୁ ତାଙ୍କର ପ୍ରଦର୍ଶନ ଦରକାର ଥିଲା, ସେହି ସମୟରେ କୋହଲି ଶତକ ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *