Spread the love

ଭୁବନେଶ୍ବର : ଗୁଇନ୍ଦା ପାରାର ହେବ ଗୁପ୍ତ ପରୀକ୍ଷା। ସେଣ୍ଟ୍ରାଲ ଫରେନସିକ ଲ୍ୟାବ ଖୋଲିବ ବାର୍ତ୍ତାବହ  ପାରାର ଗୁମର। ପାରା ଡେଣାରେ ଲେଖାଥିବା ଭାଷା ଚାଇନିଜ ବୋଲି ଜଣାପଡ଼ିଥିବା ବେଳେ କ୍ୟାମେରା ଓ ଚିପକୁ ନେଇ ବଢୁଛି ଅଧିକ ସନ୍ଦେହ। SFSLରେ ଥିବା କ୍ୟାମେରା ଓ ଚିପ ଖୁବଶୀଘ୍ର ଯିବ CFSL।

CFSL ଯିବ ସନ୍ଦିଗ୍ଧ ପାରା । କୋଲକାତା କିମ୍ବା ହାଇଦ୍ରାବାଦ CFSLକୁ ଯିବ ପାରା । ପାରାର ହୋଇପାରେ ଡିଏନଏ ପରୀକ୍ଷା। ଡେଣାରେ ଲେଖାଥିବା ଭାଷା ହ୍ୟାଣ୍ଡ ରାଇଟିଙ୍ଗ ବିଶେଷଜ୍ଞଙ୍କ ପାଖକୁ ପଠାଯାଇଥିବା ସୂଚନା। ସେପଟେ ପାରାଦୀପର ମାଛଧରା ଟ୍ରଲର୍ ‘ସାରଥୀରୁ ମିଳିଥିବା ରହସ୍ୟମୟ ଗୁପ୍ତଚର ପାରାର ଗୋଡ଼ରେ କ୍ୟାମେରା ଲେନ୍ସ ଭଳି ଦେଖାଯାଉଥିବା ଯନ୍ତ୍ରାଂଶ ପ୍ରକୃତରେ ଏକ ସୋଲାର ପ୍ୟାନେଲ୍ ଓ ମେମୋରି କାର୍ଡ କୁହାଯାଉଥିବା ଯନ୍ତ୍ରାଂଶ ଟ୍ରାନସମିଟର୍ ବୋଲି ସୂଚନା ମିଳିଛି । କ୍ୟାମେରା ଓ ମେମୋରି କାର୍ଡ କୁହାଯାଉଥିବା ଦୁଇ ଯନ୍ତ୍ରାଂଶକୁ ଭୁବନେଶ୍ବର ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିରେ ଯାଞ୍ଚ କରାଯିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି. ବିଭିନ୍ନ ଦିଗକୁ ନେଇ ଉଙ୍କି ମାରିଛି ଅନେକ ପ୍ରଶ୍ନ ।

ତେବେ ଦୁଇ ଡେଣାରେ ଲେଖାଯାଇଥିବା ଅକ୍ଷର ଚାଇନିଜ୍ ବୋଲି ସ୍ପଷ୍ଟ ହୋଇଛି। ଏହାର ଅର୍ଥ ଜାଣିବାକୁ ରାଜ୍ୟ ବାହାରର ଫରେନସିକ୍ ସାଇନ୍ସ ଲାବରେଟୋରିର ବିଶେଷଜ୍ଞଙ୍କ ସହାୟତା ନେବାକୁ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀମାନେ ଆଲୋଚନା ଆରମ୍ଭ କରିଥିବା ସୂଚନା ମିଳିଛି।‘ସାରଥୀରୁ ଗଲା ୬ ତାରିଖରେ ଠାବ ହୋଇଥିଲା ଏହି ପାରା। ଟ୍ରଲର କର୍ମଚାରୀ ପାରାକୁ ସାମୁଦ୍ରିକ ଥାନା ଜିମାଦେବା ପରେ ଗୁରୁବାର ଏଡିଜି କମ୍ୟୁନିକେସନଙ୍କ ଅଧୀନରେ ଥିବା ପାରା ସେବା କେନ୍ଦ୍ରର ଏକ ଟିମ୍ ସହିତ ସାମୁଦ୍ରିକ ଥାନା ଏହି ପାରାକୁ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ନିଆଯାଇଥିଲା। ଆଗକାଳରେ ପାରାକୁ ବାର୍ତ୍ତାବହ ଭାବେ ବ୍ୟବହାର କରାଯାଉଥିଲା। ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ସାମରିକ ସୂଚନା ପ୍ରଦାନ ପାଇଁ ପ୍ରଶିକ୍ଷିତ ପାରାଙ୍କୁ ବ୍ୟବହାର କରାଯାଉଥିଲା। ହେଲେ ଏହି ପାରା କୁ କିଏ ଛାଡ଼ିଛି? କଣ ଥିଲା ଉଦେଶ୍ୟ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *