କୋରାପୁଟ : କୋଟିଆରେ ଓଡ଼ିଶାର ଅଧିକାରକୁ ନେଇ ପୁଣି ତେଜିଲା ରାଜନୈତିକ ତାତି। କୋଟିଆରେ ପହଞ୍ଚିଲା ଅବିଭକ୍ତ କୋରାପୁଟ ଜିଲ୍ଲାର ବିଜେଡିର ୧୬ ଜଣିଆ ପ୍ରତିନିଧି ଦଳ । ଦଳ ପହଞ୍ଚିବା ପରେ ଆନ୍ଧ୍ର ଗୋ-ବ୍ୟାକ୍ ନାରାରେ ପ୍ରକମ୍ପିତ ହୋଇଥିଲା କୋଟିଆ ଅଞ୍ଚଳ ।
କୋଟିଆରେ ଓଡ଼ିଶାର ସ୍ଥିତି ଓ ଅଧିକାରକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେଡିର ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଦୀର୍ଘଦିନ ଧରି କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ବିଜେଡିର ଏହି ପ୍ରତିନିଧି ଦଳର ଗସ୍ତ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।
ଏହି ୧୬ ଜଣିଆ ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ସଭାପତି ଝିନ୍ନ ହିକକା, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଭୃଗୁ ବକ୍ସି ପାତ୍ର, ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ ଓ ପ୍ରୀତମ ପାଢ଼ୀଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ସାମିଲ ହୋଇଛନ୍ତି । କୋଟିଆରେ ଲୋକଙ୍କ ସହ ଆଲୋଚନା କରିବା ସହ ଆନ୍ଧ୍ର ନିର୍ବାଚନରେ ସାମିଲ ନହେବାକୁ ନେଇ ସଚେତନ କରିଛନ୍ତି ।