ନୂଆଦିଲ୍ଲୀ: ନାବାଳକ ପୁଅକୁ ନେଇ ଭାରତରୁ ପଳାଇଥିବା ଜଣେ ଋଷୀୟ ମହିଳାଙ୍କ ବିରୋଧରେ ଜାରି ହେଲା ରେଡ୍ କର୍ଣ୍ଣର ନୋଟିସ୍ । ଭିକ୍ଟୋରିଆ ବସୁ ନାମକ ଋଷୀୟ ମହିଳା ନିଜ ଭାରତୀୟ ସ୍ୱାମୀ ସୈକତ ବସୁଙ୍କ ସନ୍ତାନର କଷ୍ଟଡିକୁ ନେଇ ବିବାଦ ଚାଲିଥିବା ବେଳେ ପୁଅକୁ ନେଇ ଦେଶ ଛାଡି ପଳାଇଥିଲେ । ଦିଲ୍ଲୀ ପୋଲିସ ଗୁରୁବାର ସାକେତ୍ କୋର୍ଟଙ୍କୁ ଜଣାଇଛନ୍ତି , ଋଷୀୟ ନାଗରିକ ଭିକ୍ଟୋରିଆ ବସୁଙ୍କୁ ଭାରତକୁ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରଣାଳୟ ଏବଂ ମସ୍କୋ ସ୍ଥିତ ଭାରତୀୟ ଦୂତାବାସ ମାଧ୍ୟମରେ ଅନୁରୋଧ କରାଯାଇଛି । ଜଣେ ଭାରତୀୟ ବ୍ୟକ୍ତି ସୈକତ ବସୁଙ୍କୁ ବିବାହ କରିଥିବା ଋଷୀୟ ମହିଳା ଭିକ୍ଟୋରିଆ ସମ୍ବନ୍ଧୀୟ ମାମଲାରେ ପୋଲିସ ଏକ ଆକ୍ସନ ଟେକେନ୍ ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରିଛି । ଏମିତିକି ଭିକ୍ଟୋରିଆଙ୍କୁ ଭାରତ ଛାଡିବାରେ ସହାୟତା କରିଥିବା ସନ୍ଦେହରେ ଜଣେ ମହିଳା ନତାଶାଙ୍କ ସହ ଯୋଗାଯୋଗରେ ରହିଛି ପୋଲିସ । ସୂଚନା ଅନୁସାରେ ଭାରତର ସୁପ୍ରିମକୋର୍ଟଙ୍କଠାରୁ ସନ୍ତାନର ଯୌଥ କଷ୍ଟଡି ନେଇ ଆଦେଶ ପାଇବା ପରେ ଭିକ୍ଟୋରିଆ ଗତ ବର୍ଷ ନିଜ ନାବାଳକ ପୁଅକୁ ନେଇ ଦେଶ ଛାଡି ପଳାଇଥିଲେ । ତାଙ୍କୁ ପୁଣି ଦେଶକୁ ଫେରାଇ ଆଣିବାକୁ ଏକ ରେଡ କର୍ଣ୍ଣର ନୋଟିସ୍ ଜାରି ହୋଇଛି ।