Spread the love

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହେବା ପରେ ଆଦମୀ ପାର୍ଟି ନିଜର ଭାବମୂର୍ତ୍ତିକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିଛି । ଅନ୍ୟପକ୍ଷରେ, ଦିଲ୍ଲୀ ବିଜେପି ପକ୍ଷରୁ ଆମ୍ ଆଦମୀ ପାର୍ଟି ଉପରେ ଏକ ବଡ ଅଭିଯୋଗ ଅଣାଯାଇଛି | ଦିଲ୍ଲୀ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଦିଲ୍ଲୀର ସ୍କୁଲ ପିଲାମାନେ ପୂର୍ବତନ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆଙ୍କ ସପକ୍ଷରେ ଚିତ୍ର ଆଙ୍କିବାକୁ ବାଧ୍ୟ ହେଉଛନ୍ତି, ନଚେତ୍ ସେମାନେ ଫେଲ ହୋଇଯିବେ ।
ବିଜେପି ମୁଖପାତ୍ର ଖେମଚାନ୍ଦ ଶର୍ମା ଏକ ବଡ ଅଭିଯୋଗ ଆଣି କହିଛନ୍ତି ଯେ – “ଦିଲ୍ଲୀର ଅନେକ ବିଦ୍ୟାଳୟରୁ ସୂଚନା ଆସୁଛି ଯେ ପିଲାମାନଙ୍କୁ ମନୀଷଙ୍କର ଚିତ୍ର ଆଙ୍କିବାକୁ କୁହାଯାଉଛି | ଯଦି ସେମାନେ ଚିତ୍ର ନ ଆଙ୍କିବେ ତେବେ ତାଙ୍କୁ ଫେଲ କରିଦିଆଯିବ ବୋଲି କୁହାଯାଇଛି | ସିସୋଦିଆଙ୍କର ଏହି ଚିତ୍ର ଆଙ୍କି କେଜ୍ରିୱାଲ ସରକାର ନିଜର ଦୁର୍ନୀତି ଲୁଚାଇ ସହାନୁଭୂତି ପାଇବାକୁ ଚାହୁଁଛନ୍ତି |
ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଚିତ୍ର ଆଙ୍କିବା ପାଇଁ ତାଙ୍କ ପତ୍ନୀ କିଛି ସ୍କୁଲ ସହ ମଧ୍ୟ ଆଲୋଚନା କରିଥିଲେ। ଏହା ପିଲାମାନଙ୍କର ଭବିଷ୍ୟତ ସହ ଖେଳିବା ଏବଂ ସେମାନଙ୍କର ପାପ ଲୁଚାଇବା ପାଇଁ ଏକ ଅଶୁଭ ରାଜନୀତି’। ଏନେଇ ଖେମଚାନ୍ଦ ରାଷ୍ଟ୍ରୀୟ ବାଳ ଆୟୋଗଙ୍କ ନିକଟରେ ମଧ୍ୟ ଅପିଲ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟିକୁ ନୋଟିସ୍ ଜାରି କରନ୍ତୁ | କୌଣସି କାର୍ଯ୍ୟ ପାଇଁ ପିଲାମାନଙ୍କୁ ବାଧ୍ୟ କରିବା, ମାନସିକ ନିର୍ଯାତନା ଦେବା ଏକ ବଡ ଅପରାଧ |

Leave a Reply

Your email address will not be published. Required fields are marked *