Spread the love

ଚଣ୍ଡିଖୋଲ: କାରରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ଗଞ୍ଜେଇ ଜବତ ସହ ଘଟଣାରେ ଦୁଇ ଜଣକୁ ଗିରଫ କରାଯାଇଥିବା ବେଳେ, ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିଭଳି ଗଞ୍ଜେଇ ଚୋରା ଚାଲାଣରେ ଆଉ କାହାର ସଂପୃକ୍ତି ରହିଛି ? ସେନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଗୁରୁବାର ଏକ କାରରେ ଦୁଇ ଜଣ ଗଞ୍ଜେଇ ବ୍ୟବସାୟୀ ଗଞ୍ଜେଇ ନେଇ ଚଣ୍ଡିଖୋଲ ଛକରେ ଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ବଡ଼ଚଣା ପୋଲିସ ଓ ସ୍ପେଶାଲ ସ୍ୱାର୍ଡ ଚଢାଉ କରି ଦୁଇ ଜଣକୁ ଗିରଫ କରିଛି। କାର ସହ ୧୨ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଛି। ଟଙ୍କା ସହ ମୋବାଇଲ ଜବତ କରାଯାଇଛି। ପୂର୍ବରୁ ଏମାନେ ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତି ରହିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ରୋଡ ଏସଡିପିଓ ।

Leave a Reply

Your email address will not be published. Required fields are marked *