Spread the love

ନୂଆଦିଲ୍ଲୀ : ଭାରତ-ରୁଷ ସଂପର୍କରେ ରୁଷର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ୍ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଲାଭରୋଭ କହିଛନ୍ତି ଯେ ଭାରତ ସହ ରୁଷିଆର ବନ୍ଧୁତା ବିଶେଷ ଏବଂ ବନ୍ଧୁତା କେବଳ କଥାବାର୍ତ୍ତାରେ ନୁହେଁ ବରଂ ସରକାରୀ ଦସ୍ତାବିଜରେ ଲିପିବଦ୍ଧ ହୋଇଛି। ଆମେରିକାର ନାଁ ନ ନେଇ ଋଷବୈଦେଶିକ ମନ୍ତ୍ରୀ ‘ଆସିଆନ ପ୍ଲସ୍ କ୍ୱାଡ୍’କୁ ସମାଲୋଚନା କରିଛନ୍ତି। ପୂର୍ବ ଏସିଆ ଶିଖର ସମ୍ମିଳନୀରୁ ରୁଷ୍ ଓ ଚୀନ୍କୁ ହଟାଇବା ପାଇଁ ଏହା ଏକ ପ୍ରୟାସ ବୋଲି ଲାଭରୋଭ କହିଛନ୍ତି।
ରାଇସିନା ଡାଇଲଗରେ ରୁଷବୈଦେଶିକ ମନ୍ତ୍ରୀ ଖୋଲାଖୋଲି ଭାବେ ରୁସୋ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ନିଜ ଦେଶକୁ ରକ୍ଷା କରିବା ସହ ୟୁକ୍ରେନ ଏବଂ ଆମେରିକା ରାଷ୍ଟ୍ରପତି ଜେଲେନସ୍କି ଓ ବାଇଡେନଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ । କଥାବାର୍ତ୍ତା ସମୟରେ ଲାଭରୋଭ ପଚାରିଥିଲେ ଯେ ଇରାକ ଏବଂ ଆଫଗାନିସ୍ତାନରେ କ’ଣ ଘଟୁଛି ସେ ବିଷୟରେ ଆମେରିକାକୁ କାହିଁକି ପ୍ରଶ୍ନ କରାଯାଉନାହିଁ। ଆମେରିକା ଏହି ଦୁଇଟି ଦେଶରେ ଯାହା କରିଥିଲା ବା କରୁଛି ତାହା ଠିକ୍ ଥିଲା କି?

ସୂଚନାଯୋଗ୍ୟ ଯେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ପାଶାତ୍ୟ ଦେଶଙ୍କ ଚାପ ସତ୍ତ୍ବେ ଭାରତ ରୁଷ ବିରୋଧରେ ଜାତିସଂଘରେ ଭୋଟ ଦେଇନାହିଁ ।

Leave a Reply

Your email address will not be published. Required fields are marked *