ଭୁବନେଶ୍ବର: ନନ୍ଦନକାନନ ଆସିଲେ ନୂଆ ଜୀବଜନ୍ତୁ । ଗୁଜରାଟର ବନ୍ତାରାରୁ ଆସିଛନ୍ତି ନୂଆ ପ୍ରଜାତିର ଜୀବଜନ୍ତୁ। ନନ୍ଦନକାନନ ଆସିଲେ ନୂଆ ଅତିଥି। ନନ୍ଦନକାନନରେ ପହଞ୍ଚିଛନ୍ତି ୭ ପ୍ରଜାତିର ଜୀବଜନ୍ତୁ । ସେମାନଙ୍କ ମଧ୍ୟରେ କିଛି ନୂଆ ପ୍ରଜାତିର ଜନ୍ତୁ ରହିଛନ୍ତି । ଆସିଥିବା ଜନ୍ତୁ ମଧ୍ୟରେ ଜେବ୍ରା, କଙ୍ଗାରୁ, ୱାଇଲ୍ଡ ବିଷ୍ଟ, ମିରକାଟ, ମାକାଓ, କାସାୱାରି ସମେତ ବହୁ ବିରଳ ପ୍ରଜାତିର ପକ୍ଷୀ ରହିଛନ୍ତି । ସମସ୍ତ ଜନ୍ତୁ ଗୁଜରାଟର ବନ୍ତାରା ଚିଡିଆଖାନାରୁ ନନ୍ଦନକାନନ ଆସିଛନ୍ତି । ନନ୍ଦନକାନନ ଆସିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ମାସକ ପରେ ସେମାନଙ୍କୁ ଖୁଆଡ଼କୁ ଅଣାଯିବ । ଯାହା ଫଳରେ ପର୍ଯ୍ୟଟକ ଏମାନଙ୍କୁ ଦେଖିବାକୁ ସୁଯୋଗ ପାଇବେ । ପୂର୍ବରୁ ନନ୍ଦନକାନନରେ ଜେବ୍ରା ରହିଥିଲା ହେଲେ ତାର ମୃତ୍ୟୁ ପରେ ଖୁଆଡ଼ ଖାଲି ପଡ଼ିଛି । ପୁଣି ଥରେ ଜେବ୍ରା ଆସିବା ପରେ ନନ୍ଦନକାନନରେ ପର୍ଯ୍ୟଟକ ଏମାନଙ୍କୁ ଦେଖି ମଜା ଉଠାଇବେ ।
ଗୁଜୁରାଟର ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ (RKTEWT) ପକ୍ଷରୁ ୧୪ ପ୍ରଜାତିର ମୋଟ ୫୮ଟି ବିଦେଶୀ ପ୍ରାଣୀ ଦାନ ସ୍ୱରୂପ ପ୍ରଦାନ କରାଯାଇଛି । ଏହି ପ୍ରାଣୀମାନଙ୍କ ମଧ୍ୟରେ ଜେବ୍ରା, କଙ୍ଗାରୁ, ବେନେଟ୍ସ ୱାଲାବି, ରିଙ୍ଗ୍-ଟେଲ୍ଡ ଲେମୁର୍, ସ୍କାର୍ଲେଟ୍ ମ୍ୟାକାଉ, ବ୍ଲୁ-ଆଣ୍ଡ-ଗୋଲ୍ଡ ମ୍ୟାକାଉ, ଗ୍ରୀନ୍-ୱିଙ୍ଗଡ୍ ମ୍ୟାକାଉ, ସଲଫର୍-କ୍ରେଷ୍ଟେଡ୍ କକାଟୁ, କ୍ରାଉଣ୍ଡ କ୍ରେନ୍, ସ୍କାର୍ଲେଟ୍ ଆଇବିସ୍, ମିରକାଟ୍, କାସୋୱାରୀଏବଂ ବ୍ଲୁ ୱାଇଲ୍ଡବିଷ୍ଟ ଭଳି ପ୍ରଜାତିର ଅତିଥି ଆସିଛନ୍ତି । ନନ୍ଦନକାନନ ନୂଆ ଅତିଥିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଖୁଆଡ଼ ମଧ୍ୟକୁ ଛଡ଼ାଯିବ ।