ଜମ୍ମୁ କଶ୍ମୀର : ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋ ବିମାନ ଲାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି । ବିମାନ ପାର୍କିଂ ପାଇଁ ଯାଉଥିବା ବେଳେ ବ୍ରେକ ସିଷ୍ଟମ ଫେଲ୍ ହୋଇଯାଇଥିଲା । ଫଳରେ ବିମାନଟି ରୋକିହୋଇନଥିଲା । ପାର୍କିଂ ବେଳେ ଥିବା ଖୁଣ୍ଟରେ ଧକ୍କା ହୋଇଥିଲା । ବିମାନ ଖୁଣ୍ଟରେ ପିଟି ହେବା ଯୋଗୁଁ ବିମାନର ନୋଜ୍ କ୍ଷତିଗ୍ରସ୍ତ ହୋଇଛି ।
ଖବର ମୁତାବକ, ମୁମ୍ବାଇରୁ ଶ୍ରୀନଗର ଯାଇ ଅବତରଣ କରିଥିବା ଇଣ୍ଡିଗୋ ବିମାନ 6E 225 ଲାଣ୍ଡିଂ ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଓହ୍ଲାଇ ଯାଇଥିବା ବେଳେ ବିମାନଟି ପାର୍କିଂ ପାଇଁ ଯାଇଥିଲା । ଏହି ସମୟରେ ବ୍ରେକ ସିଷ୍ଟମ ଫେଲ୍ ହୋଇଯାଇଥିଲା । ତେଣୁ ବିମାନଟି ରୋକି ନ ହୋଇପାରି ସେଠାରେ ଥିବା ଏକ ଖୁଣ୍ଟରେ ପିଟି ହୋଇଥିଲା । ଫଳରେ ବିମାନର ନୋଜ୍ କ୍ଷତିଗ୍ରସ୍ତ ହୋଇଥିଲା । ଏହାପରେ ବିମାନଟି ପାର୍କିଂ ସ୍ଥାନକୁ ନିଆଯାଇ କ୍ଷତିଗ୍ରସ୍ତ ଉଡ଼ାଣ ପାଇଁ ରୋକାଯାଇଛି । ଧକ୍କା ଯୋଗୁଁ ବିମାନର ସାମ୍ନା ଭାଗ ବା ନୋଜ୍ ସେକ୍ସନ୍ରେ କିଛି କ୍ଷତି ହୋଇଥିବା ଜଣାପଡ଼ିଛି । ଘଟଣା ପରେ ବିମାନର ସୁରକ୍ଷା ଯାଞ୍ଚ ଆରମ୍ଭ କରାଯାଇଛି ।
ଶ୍ରୀନଗର ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି ଯେ, ବିମାନବନ୍ଦରର କାର୍ଯ୍ୟ ସ୍ୱାଭାବିକ ରହିଛି । ନିର୍ଦ୍ଧାରିତ ସମୟ ଅନୁଯାୟୀ ବିମାନର ଆସିବା ଓ ଯିବା ଜାରି ରହିଛି ।
ତେବେ ବିମାନରେ ଠିକ୍ କେତେ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଥିଲେ, ସେନେଇ ଇଣ୍ଡିଗୋ କିମ୍ବା ବିମାନବନ୍ଦର କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସ୍ପଷ୍ଟୋକ୍ତି ଆସିନାହିଁ । ଘଟଣା ପରେ ସୁରକ୍ଷା ଟିମ୍ ଏବଂ DGCA ପକ୍ଷରୁ ବିମାନର ଯାଞ୍ଚ କରାଯାଉଛି । ସମସ୍ତ ଯାତ୍ରୀ ଓ କ୍ରୁ ସୁରକ୍ଷିତ ଥିବାରୁ କୌଣସି ଜୀବନହାନିର ଆଶଙ୍କା ନାହିଁ ।