Spread the love

କୋଲକତା : ସିବିଆଇ ଯାଞ୍ଚରେ ଖୁସିନାହାନ୍ତି କୋଲକତାର ଆରଜି କର ମେଡିକାଲ କଲେଜ ପୀଡ଼ିତାଙ୍କ ମା ତଥା ବିଜେପି ବିଧାୟିକା ରତ୍ନା ଦେବନାଥ । ଆରଜି କର ଡାକ୍ତର ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ CBI ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୀଡ଼ିତାଙ୍କ ମା । ସେ କହିଛନ୍ତି, ସରକାର ବଦଳିଥିଲେ ମଧ୍ୟ ନ୍ୟାୟ ପ୍ରକ୍ରିୟାରେ ଆଶାନୁରୂପ ଅଗ୍ରଗତି ହୋଇନାହିଁ ।

ବୁଧବାର ବାରାକପୁରରେ ଏକ କାର୍ଯ୍ୟକ୍ରମରେ ରତ୍ନା ଦେବନାଥ କହିଥିଲେ,ନ୍ୟାୟ ଦେବା ପ୍ରକ୍ରିୟା ଆଗକୁ ବଢ଼ୁନାହିଁ । ସରକାର ପରିବର୍ତ୍ତନ ପରେ ପରିସ୍ଥିତି ପ୍ରକୃତରେ ବଦଳିଛି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ବଦଳିଲେ ସବୁକିଛି ଠିକ୍ ହୋଇଯିବ ବୋଲି ସେମାନଙ୍କୁ କୁହାଯାଇଥିଲା ବୋଲି ସେ କହିଛନ୍ତି ।

ରତ୍ନା ଦେବନାଥ କହିଛନ୍ତି ଯେଳ ସେ ଆଦୌ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁନଥିଲେ । ତାଙ୍କ ସ୍ୱାମୀ ବ୍ୟବସାୟ କରୁଥିଲେ ଏବଂ ତାଙ୍କ ଝିଅ ମଧ୍ୟ ତାଙ୍କୁ ରାଜନୀତିରେ ନଆସିବାକୁ କହିଥିଲେ । ତେବେ ଝିଅଙ୍କ ଏଭଳି ଦୁଃଖଦ ମୃତ୍ୟୁ ପରେ ପରିବାର ରାଜନୀତିକୁ ଆସିବାକୁ ଚାହୁଁନଥିଲା । କିନ୍ତୁ ଝିଅକୁ ନ୍ୟାୟ ନ ମିଳିବାରୁ ଶେଷରେ ରାଜନୀତିରେ ଯୋଗ ଦେଇଥିଲି ।

୨୦୨୪ ଅଗଷ୍ଟ ୯ ତାରିଖରେ ଆର୍ଜି କର ହସ୍ପିଟାଲରେ ତାଙ୍କ ଡାକ୍ତର ଝିଅଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଅଦାଲତ ପକ୍ଷରୁ ଏହି ମାମଲାରେ ନୂଆ ସ୍ୱତନ୍ତ୍ର ତଦନ୍ତ ଟିମ୍ ଗଠନ କରାଯିବା ପରେ CBIର ତଦନ୍ତ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । CBI ପକ୍ଷରୁ ଅଭିଯୁକ୍ତମାନେ ଡାକ୍ତର ହୋଇଥିବାରୁ ସେମାନଙ୍କୁ ଏଭଳି ଭାବେ ଗିରଫ କରାଯାଇପାରିବ ନାହିଁ ବୋଲି କୁହାଯାଉଥିବା ରତ୍ନା ଦେବନାଥ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *