କୋଲକାତା : କୋଲକାତା ବିମାନବନ୍ଦରରେ ଶୁକ୍ରବାର ସନ୍ଧ୍ୟାରେ ବୋମା ଆତଙ୍କ ସୃଷ୍ଟି ହୋଇଥିଲା । ଗୋରଖପୁର ଅଭିମୁଖେ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ଏକ ଇଣ୍ଡିଗୋ ବିମାନର ଶୌଚାଳୟରୁ ବୋମା ଥିବା ନେଇ ଏକ ଚିଠି ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ବିମାନର ଶୌଚାଳୟରେ ଥିବା ଟଏଲେଟ୍ ପେପର୍ ରୋଲ୍ ଭିତରେ ଏକ ଟିସୁ ପେପର୍ରେ ବୋମା ସମ୍ପର୍କିତ ଧମକ ଲେଖାଯାଇଥିଲା ।