Spread the love

ନବରଙ୍ଗପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ସମ୍ଭାବ୍ୟ ଜଳ ନିଷ୍କାସନକୁ ନେଇ ଆଗୁଆ ସତର୍କତା ଜାରି କରାଯାଇଛି। ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନ ପକ୍ଷରୁ ମାଇକ୍‌ ଯୋଗେ ତଳିଆ ଅଞ୍ଚଳବାସୀଙ୍କୁ ସଚେତନ କରାଯାଉଛି।

ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଥିବାରୁ ଜଳଭଣ୍ଡାରକୁ ଅଧିକ ପରିମାଣରେ ଜଳ ପ୍ରବେଶ କରୁଛି। ଫଳରେ ଇନ୍ଦ୍ରାବତୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି। ଆଗକୁ ମଧ୍ୟ ବର୍ଷା ଜାରି ରହିଲେ ଜଳଭଣ୍ଡାରର ଜଳସ୍ତର ଓ ପରିସ୍ଥିତିକୁ ଦେଖି ଆବଶ୍ୟକତା ଅନୁଯାୟୀ ଗେଟ୍‌ ଖୋଲାଯାଇପାରେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ଭାବ୍ୟ ଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମାଇକ୍‌ ଯୋଗେ ବିଭିନ୍ନ ଅଞ୍ଚଳରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ନଦୀପଠା ଓ ନଦୀକୂଳକୁ ନଯିବା ପାଇଁ ଲୋକଙ୍କୁ କୁହାଯାଇଛି।ବିଶେଷକରି, ଗୃହପାଳିତ ପଶୁଙ୍କୁ ମଧ୍ୟ ନଦୀକୁ ନଛାଡ଼ିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଜଳସ୍ତର ବୃଦ୍ଧି ଓ ଗେଟ୍‌ ଖୋଲିବା ପରେ ନଦୀରେ ହଠାତ୍‌ ଜଳପ୍ରବାହ ବଢ଼ିପାରେ। ତେଣୁ କୌଣସି ପ୍ରକାର ବିପଦକୁ ଏଡ଼ାଇବା ପାଇଁ ସମସ୍ତେ ସତର୍କ ରହିବାକୁ ପ୍ରଶାସନ ଅପିଲ୍‌ କରିଛି।

Leave a Reply

Your email address will not be published. Required fields are marked *