Spread the love

ଭୁବନେଶ୍ୱେର : ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ । କେରଳର ତିରୁବନନ୍ତପୁରମସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶେଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍ ର ଓଡ଼ିଶା କ୍ୟାଡର IPS ଅଧିକାରୀ ଥିଲେ। ସେ ଓଡ଼ିଶା ପୋଲିସର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ। ଶେଷ ସମୟରେ ସେ CID-Crime Branchର IG ଭାବେ ଦାୟିତ୍ୱ ତୁଲାଉଥିଲେ।

କିଛି ସମୟ ଧରି କ୍ୟାନ୍ସରରେ ପୀଡ଼ିତ ଥିବା ବେଳେ କେରଳରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। କେରଳର ମୂଳ ବାସିନ୍ଦା ଶେଫିନ୍ ଅହମ୍ମଦ ଇଣ୍ଟର-କ୍ୟାଡର ଡେପୁଟେସନରେ କେରଳରେ ମଧ୍ୟ ଦୀର୍ଘ ସମୟ କାର୍ଯ୍ୟ କରିଥିଲେ। ସେଠାରେ ତିରୁବନନ୍ତପୁରମ ରୁରାଲ୍ SP ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଓଡ଼ିଶାରେ HRPC, Fire Services & Home Guards ଓ CID-Crime Branch ସମେତ ବିଭିନ୍ନ ବିଭାଗରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ। ଜଣେ ଦକ୍ଷ ଓ ଅଭିଜ୍ଞ ପୋଲିସ ଅଧିକାରୀ ଭାବେ ତାଙ୍କର ପରିଚୟ ରହିଥିଲା। ବିଶେଷକରି ସାଇବର ଅପରାଧ ଓ ଅପରାଧ ତଦନ୍ତ କ୍ଷେତ୍ରରେ ସେ ସକ୍ରିୟ ଥିଲେ। ଶେଫିନ୍ ଅହମ୍ମଦଙ୍କ ଅକାଳ ବିୟୋଗରେ ଓଡ଼ିଶା ପୋଲିସରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *