Spread the love

ନୂଆଦିଲ୍ଲୀ: ଚିନିର କଳାବଜାରୀ ଓ ଅତ୍ୟଧିକ ମହଜୁଦକୁ ରୋକିବା ପାଇଁ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ଚିନି ଡିଲରମାନେ ୨ ହଜାର କ୍ୱିଣ୍ଟାଲରୁ ଅଧିକ ଚିନି ମହଜୁଦ ରଖିପାରିବେ ନାହିଁ। ସେପ୍ଟେମ୍ବର ୧୫ରୁ ଏହି ନୂଆ ନିୟମ ଲାଗୁ ହେବ। ପୂର୍ବରୁ ଡିଲରମାନଙ୍କୁ ସର୍ବାଧିକ ୪ ହଜାର କ୍ୱିଣ୍ଟାଲ ପର୍ଯ୍ୟନ୍ତ ଚିନି ମହଜୁଦ ରଖିବାକୁ ଅନୁମତି ଥିଲା।

ଏବେ ଏହି ସୀମାକୁ ଅଧା କରି ୨ ହଜାର କ୍ୱିଣ୍ଟାଲ କରାଯାଇଛି। ଚିନି ଯୋଗାଣ ଓ ବଜାର ଦର ଉପରେ ନଜର ରଖିବା ସହ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।ନୂଆ ନିୟମ ଅନୁଯାୟୀ, କୌଣସି ବ୍ୟବସାୟୀ କିମ୍ବା ଡିଲର ନିଜ ଷ୍ଟକ୍‌କୁ ୩୦ ଦିନରୁ ଅଧିକ ସମୟ ମହଜୁଦ ରଖିପାରିବେ ନାହିଁ। ଏହି ନିୟମ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

Leave a Reply

Your email address will not be published. Required fields are marked *