Spread the love

ବାଙ୍ଗିରିପୋଷି : ଟଙ୍କା ଆଗରେ ଫିକା ପଡ଼ିଲା ରକ୍ତ ସମ୍ପର୍କ ।  ଟଙ୍କା ନଦେବାରୁ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲା ପୁଅ  ! ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ପଥୁରୀ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ମୃତକ ବାପା ସାର କିଣିବା ପାଇଁ ଟଙ୍କା ରଖିଥିଲେ । ପୁଅ ସୁମନ୍ତ ଦେହୁରୀ ବାପାଙ୍କୁ ଟଙ୍କା ମାଗିଥିଲେ ।

ବାପା ଟଙ୍କା ଦେବାକୁ ମନା କରିବାରୁ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।  ଫଳରେ ଟଙ୍କା ନେଦେବାରୁ ଉତକ୍ଷିପ୍ତ ହୋଇ ପୁଅ ଏକ ଠେଙ୍ଗାରେ ବାପାଙ୍କୁ ଆକ୍ରମଣ କରିଥିବା ମା ଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ ବାପାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ବାଙ୍ଗିରିପୋଷି ପୋଲିସ ଅଭିଯୁକ୍ତ ପୁଅ ସୁମନ୍ତ ଦେହୁରୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ହତ୍ୟାର ପ୍ରକୃତ କାରଣ ଓ ଘଟଣାର ସମସ୍ତ ଦିଗ ନେଇ ପୋଲିସ ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *