Spread the love

ତାମିଲନାଡୁ : ତାମିଲନାଡୁ ସରକାରଙ୍କ ଆଉ ଏକ ବଡ଼ ଘୋଷଣା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ସୁପ୍ରିମୋ ବିଜୟ ଗରିବ ପରିବାରକୁ ବାର୍ଷିକ ତିନୋଟି ମାଗଣା ସିଲିଣ୍ଡର ଦେବା ନେଇ ଘୋଷଣା କରିଛନ୍ତି । ଅନ୍ନପୂର୍ଣ୍ଣୀ ସୁପର୍ ସିକ୍ସ ନାମରେ ଏହି ଯୋଜନା ଆରମ୍ଭ ହୋଇଛି । ଏହାଦ୍ୱାରା ବର୍ଷକୁ ୨.୫ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ପରିବାରକୁ ତିନୋଟି ସିଲିଣ୍ଡର ମାଗଣାରେ ମିଳିବ । ଯାହା ୨୦୨୭ରୁ ଲାଗୁ ହେବ । ଏହାଛଡା ଟ୍ରାନ୍ସଜେଣ୍ଡରଙ୍କୁ ମାଗଣାରେ ଯାତ୍ରା କରିବା ନେଇ ଯୋଜନା କରାଯାଇଛି ।

ଅନ୍ନପୂର୍ଣ୍ଣୀ ସୁପର୍ ସିକ୍ସ ଯୋଜନାରେ ପ୍ରାୟ ୧.୩୦ କୋଟି ପରିବାରକୁ ଲାଭ ମିଳିବ । ଯୋଗ୍ୟ ପରିବାର ନିଜ ଖର୍ଚ୍ଚରେ କିଣିଥିବା ୩ଟି LPG ସିଲିଣ୍ଡରର ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଦିଆଯିବ। ଏହି ଯୋଜନା ଯୋଗୁଁ ରାଜ୍ୟ ସରକାରଙ୍କ ରାଜକୋଷ ଉପରେ ପ୍ରତିବର୍ଷ ପ୍ରାୟ ୪,୦୦୦ କୋଟି ଟଙ୍କାର ଅତିରିକ୍ତ ଭାର ପଡ଼ିବ । ଲାଭାର୍ଥୀ ବା ହିତାଧିକାରୀମାନେ ସିଲିଣ୍ଡର କିଣିଲା ପରେ ସମ୍ପୂର୍ଣ୍ଣ ଟଙ୍କା ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଯିବ । ଅର୍ଥାତ ପ୍ରଥମେ ଗରିବ ପରିବାରର ଲୋକେ ସିଲିଣ୍ଡର କ୍ରୟ କରିବେ । କିଣିସାରିଲା ପରେ ଏହି ଅର୍ଥ ସେମାନଙ୍କୁ ଫେରସ୍ତ ଦିଆଯିବ ।

ବିଜୟ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି । ମହିଳାମାନେ ସାଧାରଣ ବସ୍ ସହ ଏକ୍ସପ୍ରେସ୍, ଡିଲକ୍ସ ଭଳି ବସରେ ମାଗଣା ଯାତ୍ରା କରିପାରିବେ । ଏହାକୁ ଅକ୍ଟୋବର ୨ରୁ ଲାଗୁ କରାଯିବ । ତୃତୀୟଲିଙ୍ଗୀଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ । ଏହାଦ୍ୱାରା ଆର୍ଥିକ ଏବଂ ଦୁର୍ବଳ ଆର୍ଥିକ ବର୍ଗର ମହିଳା ଖୁବ୍ ଉପକୃତ ହେବେ ବୋଲି ବିଜୟ କହିଛନ୍ତି । ମହିଳାଙ୍କ ମାଗଣା ଯାତ୍ରା ଯୋଜନାର ବିସ୍ତାର ଯୋଗୁଁ ରାଜ୍ୟ ସରକାରଙ୍କ ଉପରେ ପ୍ରତିବର୍ଷ ପ୍ରାୟ ୬,୦୦୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ପଡ଼ିବ ବୋଲି କୁହାଯାଇଛି ।

ଆସନ୍ତାବର୍ଷ ପୋଙ୍ଗଲ ପର୍ବରୁ ଅନ୍ନପୂର୍ଣ୍ଣୀ ସୁପର ସିକ୍ସ ଯୋଜନା ଆରମ୍ଭ କରାଯିବ । ଏହାଦ୍ୱାରା ପ୍ରାୟ ୧.୩୦ କୋଟି ପରିବାର ଉପକୃତ ହେବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *