Spread the love

ଲକ୍ଷ୍ନୌ: ନିରନ୍ତର ବର୍ଷା ମଧ୍ୟରେ ବୁଧବାର ରାତି ପ୍ରାୟ ୩ଟା ସମୟରେ ପ୍ରତାପଗଡ଼ର ନଗର କୋତୱାଲି ଅଞ୍ଚଳର ମହୁଲି ୱାର୍ଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ଛଅ ଜଣ ସଦସ୍ୟ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ, ଯେଉଁଥିରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। ଯେତେବେଳେ କି ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ।

ଏହି ଘଟଣାରେ ଉକ୍ତ ଘରର ମାଲିକ ପ୍ରମୋଦ ଶ୍ରୀବାସ୍ତବ, ତାଙ୍କ ପତ୍ନୀ ରୀତା ଶ୍ରୀବାସ୍ତବ, ତାଙ୍କ ପୁଅ ନୀତିନ, ତାଙ୍କ ସାନ ବୋହୂ ମାଧୁରୀ ଏବଂ ମାଧୁରୀଙ୍କ ଦୁଇ କୁନି ପୁଅଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଏବଂ ସ୍ଥାନୀୟ ବାସିନ୍ଦା ପ୍ରାୟ ଦୁଇ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ କରି ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ଜଣଙ୍କୁ ଛାଡ଼ି ସମସ୍ତ ଛଅ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଯିଏକି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Leave a Reply

Your email address will not be published. Required fields are marked *