Spread the love

ଜଳେଶ୍ୱର : ଭୋଜି ଖାଇବା ପରେ ଅଚାନକ ଆରମ୍ଭ ହେଲା ଝାଡ଼ାବାନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖରିଦା ଗ୍ରାମରେ ଏହି ଘଟଣା ଦେଖାଦେଇଛି । ଏକ ଘର ପ୍ରତିଷ୍ଠା ଉତ୍ସବରେ ଭୋଜି ଖାଇବା ପରେ ଅଚାନକ ଝାଡ଼ାବାନ୍ତି ବ୍ୟାପିବାରୁ ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଛି  । ଭୋଜି ଖାଇଥିବା ୭୦ ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି ।  ସେମାନଙ୍କ ମଧ୍ୟରୁ ୫୦ ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆକ୍ରାନ୍ତ ମାନଙ୍କ ମଧ୍ୟରେ ୩୦ ରୁ ଅଧିକ ଶିଶୁ ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଖରିଦା ଗ୍ରାମର ବିଜୟ ମହାନ୍ତିଙ୍କ ଘର ପ୍ରତିଷ୍ଠା ଉପଲକ୍ଷେ ଗତ କାଲି ରାତିରେ ଏକ ଭୋଜିର ଆୟୋଜନ କରା ଯାଇଥିଲା । ବହୁ ସଂଖ୍ୟକ ଗ୍ରାମବାସୀ ଯୋଗଦେଇ ଭୋଜି ଖାଇ ଥିଲେ ।  ତେବେ ଆଜି ସକାଳୁ ଜଣକ ପରେ ଜଣେ ଲୋକଙ୍କର ବାନ୍ତି ଓ ଝାଡ଼ା ଆରମ୍ଭ ହୋଇଥିଲା ।  ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଜଳେଶ୍ୱର ସ୍ଥିତ  ଜି.କେ. ଭଟ୍ଟର ହସ୍ପିଟାଲକୁ ନେଇଥିଲେ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । ଗୁରୁତର ରୋଗୀଙ୍କୁ ସାଲାଇନ ଓ ଆବଶ୍ୟକ ଔଷଧ ଦିଆଯାଉଛି । ପ୍ରାଥମିକ ଭାବେ ଖାଦ୍ୟ ବିଷାକ୍ତତା ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *