ଲମତାପୁଟ : ଭାଙ୍ଗିଲା ସ୍କୁଲ ପାଚେରୀ, ୨ ଛାତ୍ର ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କସନ୍ଦୀ ପଞ୍ଚାୟତ କାଲାଡ଼ି ପ୍ରାଥମିକ ବିଦ୍ୟାଳୟରେ ଏପରି ଅଘଟଣ ଘଟିଛ । ୨ ଛାତ୍ର ଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ଆହତ ଛାତ୍ରଙ୍କ ଅବିଭାବକ ନୀଳ ଖିଲ ଓ ପୂର୍ଣ୍ଣ ଖିଲଙ୍କ ସୂଚନା ମୁତାବକ ଦୁଇ ଶିଶୁ ଘରୁ ସ୍କୁଲ ଯାଇଥିଲେ। ସ୍କୁଲ ଫାଟକ ଧରି ଭିତରକୁ ପ୍ରବେଶ ବେଳେ ଦୁର୍ବଳ ସ୍ଥିତିରେ ଥିବା ଲୁହା ଫାଟକ ସମେତ ସିମେଣ୍ଟ ପାଚେରି ଭୁଶୁଡ଼ି ଦୁଇ ଛାତ୍ରଙ୍କ ଉପରେ ପଡ଼ିଥିଲା । ଉଭୟଙ୍କ ମୁଣ୍ଡରେ ଆଘାତ ଲାଗି ଗୁରୁତର ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହାୟତାରେ ଦୁଇ ଛାତ୍ରଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଦୁଇ ଜଣଙ୍କ ଚିକିତ୍ସା ପରେ ବର୍ତ୍ତମାନ ସୁସ୍ଥ ଥିବା ସୂଚନା ଦେଇଛନ୍ତି । ଫାଟକ ଭୁଶୁଡ଼ି ପଡ଼ିବା ନେଇ କର୍ତ୍ତୃପକ୍ଷ ନନ୍ଦପୁର ବ୍ଲକ ଶିକ୍ଷାଧିକାରୀ ଓ ବିଡିଓଙ୍କୁ ଅବଗତ କରିଥିବା ସୂଚନା ଦେଇଛନ୍ତି ।