ଭୁବନେଶ୍ୱର: ରାଜ୍ୟର ପ୍ରଭାବିତ ଜିଲ୍ଲା ଗୁଡିକରେ ବନ୍ୟା ପରିସ୍ଥିତିକୁ ନେଇ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୬ ଜିଲ୍ଲା, ୪୪ ବ୍ଲକ, ୨ ଲକ୍ଷରୁ ଅଧିକ ଜୀବନ ବନ୍ୟା ଲାଗି ପ୍ରଭାବିତ ହୋଇଛନ୍ତି । ୨୨୬ ଗାଁ ଏବେବି ଜଳବନ୍ଦୀରେ ରହିଛି । କେନ୍ଦୁଝରରୁ ୩ ଜଣଙ୍କ ମୃତ୍ୟୁ ନେଇ ସୂଚନା ଆସିଛି ।
ବର୍ତ୍ତମାନ ସୁଦ୍ଧା ୩୦ ହଜାର ଲୋକ ସ୍ଥାନାନ୍ତରିତ ହୋଇଛନ୍ତି । ରିଲିଫ ସେଣ୍ଟରରେ ରନ୍ଧା ଖାଦ୍ୟରେ ବ୍ୟବସ୍ଥା, ଶିଶୁ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଏବେ ପାଣିର ଉଚ୍ଚତା କମିଛି । ବାଲେଶ୍ବରରେ ପାଣି କମିଛି ଲୋକ ଘରକୁ ଫେରିଛୁନ୍ତି । ଅନେକ ଘର କ୍ଷତିଗ୍ରସ୍ତ ହୋଇଛି ପଲିଥିନ ବଣ୍ଟାଯାଇଛି ।