Spread the love

କୋଇଡ଼ା: ଲଗାଣ ବର୍ଷାରେ ବେହାଲ ହେଲାଣି ସୁନ୍ଦରଗଡ଼ ଜିଲ୍ଲା । କୋଇଡ଼ା ବ୍ଲକର ସୁନା ନାଳ କୂଳ ଲଂଘିଛି । ଫଳରେ ତିନି ଦିନ ହେଲା ପାଣି ଘେରରେ ରହିଛନ୍ତି ଗୋପୀ ସାହିର ପଚାଶ ପରିବାର। ନାଳରେ କୌଣସି ବ୍ରିଜ୍ ନଥିବା କାରଣରୁ ହଇରାଣ ହେଉଛନ୍ତି ସମସ୍ତେ । ଘରୁ ବାହାରିବା ଏକପ୍ରକାର କଷ୍ଟକର ହୋଇ ପଡ଼ିଛି ।

ଖବରପାଇ ସ୍ଥାନୀୟ ପ୍ରଶାସନ ସେଠାରେ ପହଞ୍ଚିଛି । ଅଗ୍ନିଶମ ବାହିନୀ ଦ୍ବାରା ରଶି ସାହାଯ୍ୟରେ ଜଳବନ୍ଦୀ ଥିବା ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ସହ ମେଡିସିନ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି ।

ଏଥିସହ ପାଣି ଘେରରେ ଥିବା ଅସୁସ୍ଥ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ତରଫରୁ ତୁରନ୍ତ ପ୍ରୟାସ ଆରମ୍ଭ ହୋଇଛି ।

ସ୍ଥାନାନ୍ତରିତ ହୋଇ ଆଶ୍ରୟସ୍ଥଳୀରେ ରହିଥିବା ଲୋକମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଏବଂ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଉଛି । ଯେକୌଣସି ପ୍ରକାରର ଜରୁରୀ ପରିସ୍ଥିତି କିମ୍ବା ସମସ୍ୟାର ସମାଧାନ ପାଇଁ ତୁରନ୍ତ ଜିଲ୍ଲା ସ୍ତରୀୟ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

 

Leave a Reply

Your email address will not be published. Required fields are marked *