ଭୁବନେଶ୍ବର: ବିପର୍ଯ୍ୟୟ ସମୟରେ ବିଦ୍ୟୁତ ଭିତ୍ତିଭୂମିକୁ ବଞ୍ଚାଇବାକୁ ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଣିକି ମାଟିତଳେ ବିଦ୍ୟୁତ ତାର ବିଛାଇବା ପାଇଁ ମୋଡାଲିଟି ପ୍ରସ୍ତୁତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ଯେ, DPR ପ୍ରସ୍ତୁତ ପାଇଁ ଶକ୍ତି ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି । ଖୁବଶୀଘ୍ର ମାଟିତଳେ ବିଛାଯିବ ବିଦ୍ୟୁତ ତାର ।
ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ DPR ଦେବେ । ଘରୋଇକରଣ ହୋଇଯାଇଥିବାରୁ ଭିତ୍ତିଭୂମି ଆବଣ୍ଟନ କରିବା ପାଇଁ TATAକୁ ଦିଆଯାଇଛି । ହାର ଲାଭାଂଶ TATA ପାୱାର ପାଖକୁ ନଯାଇ କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଆଲୋଚନା କରାଯାଇଛି । ପୂର୍ବରୁ କ୍ଷୟକ୍ଷତିର ଭରଣା କରିବାପାଇଁ ୧୨ଶହ କୋଟି ଟଙ୍କା ରାଜସ୍ୱ ବିଭାଗ ଶକ୍ତି ବିଭାଗକୁ ଦେଇଛି ବୋଲି ମନ୍ତ୍ରୀ କହିଛନ୍ତି ।