Spread the love

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାରେ ପିକନିକରୁ ଫେରୁଥିବା ୫ ସାଙ୍ଗକୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଘଟଣାରେ ଜଣେ ଆହତ ହୋଇଛନ୍ତି । ଏମାନେ ସମସ୍ତେ ପିକନିକ୍ କରି ଫେରୁଥିବା ବେଳେ ହାଇୱେ କଡ଼ରେ ଗାଡ଼ି ରଖି ଫଟୋ ଉଠାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ।

ଖବର ମୁତାବକ, ରବିବାର ସନ୍ଧ୍ୟାରେ ଏନଏଚ-୪୫ କଡ଼ରେ ଠିଆ ହୋଇଥିବା ସାଙ୍ଗମାନଙ୍କୁ ଦ୍ରୁତଗତିରେ ଏକ ଅଜଣା ଗାଡ଼ି ଚାପି ଦେଇଥିଲା । ଏହି ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏମାନେ ସମସ୍ତେ ପିକନିକ୍ କରି ଫେରୁଥିବା ବେଳେ ହାଇୱେ କଡ଼ରେ ଗାଡ଼ି ରଖି ଫଟୋ ଉଠାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ।

ପୋଲିସ କହିବାନୁଯାୟୀ, ନରସିଂହପୁର-ଜବଲପୁର ସୀମା ସ୍ଥିତ ହାଥୀନାଲା ଝରଣାକୁ ପିକନିକ୍ କରିଯାଇଥିଲେ ୫ ସାଙ୍ଗ । ପିକନିକରେ ଭୋଜିଭାତ କରି ଖାଇ ଫେରୁଥିବା ବେଳେ ରାସ୍ତା କଡ଼ରେ ଗାଡ଼ି ରଖି ସେଲଫି ନେଇଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ କାର୍ ଆସି ଚାପି ଦେଇଥିଲା । ଘଟଣା ସ୍ଥଳରେ ୫ ଜଣ ସାଙ୍ଗର ଜୀବନ ଚାଲିଯାଇଛି । ସେମାନଙ୍କ ପରିଚୟ ମିଳିଛି । ସମସ୍ତଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ରହିଛି । ସମସ୍ତ ପୀଡିତ ଜବଲପୁର ଜିଲ୍ଲାରେ ବୋଲି ଜଣାପଡିଛି ।

ପୋଲିସ ସିସିଟିଭି ଫୁଟେଜର ଯାଞ୍ଚ କରୁଛି । ଘଟଣା କେମିତି ଘଟିଲା, ତାହା ଜାଣିବାକୁ ଚେଷ୍ଟା କରୁଛି । କେଉଁ ଗାଡ଼ି ଦୁର୍ଘଟଣା ଘଟାଇଛି, ତାହାର ଯାଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *