Spread the love

ମେକ୍ସିକୋ: ମେକ୍ସିକୋ ଉପକୂଳରେ ଶକ୍ତିଶାଳୀ ଭୂକମ୍ପ । ୭.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ମେକ୍ସିକୋ ଉପକୂଳରେ ଏହି ଭୂକମ୍ପ ହୋଇଛି ।  ଏହା ଯୋଗୁଁ ମେକ୍ସିକୋ ଏବଂ ପଡ଼ୋଶୀ ଦେଶ ଗ୍ୱାତେମାଲାରେ ପ୍ରବଳ କମ୍ପନ ସୃଷ୍ଟି ହୋଇଛି । ୟୁଏସ୍ ଜିଓଲୋଜିକାଲ୍ ସର୍ଭେ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଚିଆପାସ୍ ଉପକୂଳର ଆକ୍ୱିଲେସ୍ ସେରଡାନଠାରୁ ପ୍ରାୟ ୪୮ କିଲୋମିଟର ଦୂରରେ ଏବଂ ଭୂପୃଷ୍ଠରୁ ୧୫ କିଲୋମିଟର ଗଭୀରତାରେ ଥିଲା। ତେବେ ଏହି ଭୂକମ୍ପରେ କୌଣସି ପ୍ରାଣହାନି କିମ୍ବା ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ମେକ୍ସିକୋ ରାଷ୍ଟ୍ରପତି କ୍ଲୌଡିଆ ଶେନବାଉମ୍ ସୂଚନା ଦେଇଛନ୍ତି ।

ଚିଆପାସ୍ ଏବଂ ଓଆକ୍ସାକା ଭଳି ଦକ୍ଷିଣ ରାଜ୍ୟଗୁଡ଼ିକରେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ଡାକ୍ତରଖାନା ଏବଂ ଘରଗୁଡ଼ିକରୁ ଲୋକମାନଙ୍କୁ ବାହାରକୁ ସ୍ଥାନାନ୍ତର କରାଯାଇଥିଲା । ଗ୍ୱାତେମାଲା ସିଟିରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା । ସୀମାନ୍ତ ଅଞ୍ଚଳରେ କିଛି କାନ୍ଥ ଭୁଶୁଡ଼ିବା ସହ ମାଟି ଅତଡ଼ା ଖସିଥିବା ସୂଚନା ମିଳିଛି । ସୁରକ୍ଷା ପାଇଁ କିଛି ପ୍ରଦେଶରେ ସ୍କୁଲ୍ ଗୁଡ଼ିକୁ ବନ୍ଦ ରଖାଯାଇଛି । ପ୍ରଥମେ ସମୁଦ୍ରରେ ଛୋଟ ସୁନାମି ତରଙ୍ଗ ଆସିବାର ଆଶଙ୍କା କରି ସତର୍କ ସୂଚନା ଜାରି କରାଯାଇଥିଲା । କିନ୍ତୁ ପରେ ପରିସ୍ଥିତି ସ୍ଵାଭାବିକ ହେବା ପରେ ଏହି ସତର୍କତା ହଟାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *