ତେଲଙ୍ଗାନା : ତେଲଙ୍ଗାନା ନଲଗୋଣ୍ଡା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବସ୍ କାର୍ କୁ ଧକ୍କା ଦେବାରୁ କାରରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି । କାରରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ହାଇଦ୍ରାବାଦ-ବିଜୟୱାଡା ନ୍ୟାସନାଲ ହାଇୱେରେ ଦୁର୍ଘଟଣା ଘଟଛି ।
ଖବର ମୁତାବକ, ହାଇଦ୍ରାବାଦ-ବିଜୟୱାଡା ନ୍ୟାସନାଲ ହାଇୱେରେ ଦୁର୍ଘଟଣା ଘଟଛି । ଦୁର୍ଘଟଣାରେ କାର୍ ଡ୍ରାଇଭ କରୁଥିବା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । କିନ୍ତୁ ତାଙ୍କ ସ୍ତ୍ରୀ, ଦୁଇ ପିଲା ଏବଂ ସାଙ୍ଗଙ୍ଗ ମୃତ୍ୟୁ ହୋଇଛି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ପୋଲିସ ମାମଲାକୁ ନେଇ ଯାଞ୍ଚ କରୁଛି ।
ପୋଲିସ କହିବା ମୁତାବକ, ରବିବାର ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ହାଇଦ୍ରାବାଦ-ବିଜୟୱାଡା ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଘରୋଇ ବସ୍ ଏକ କାରକୁ ଧକ୍କା ଦେଇଛି । କାରରେ ଥିବା ୫ ଜଣ ଲୋକ ଯାତ୍ରା କରୁଥିଲେ । ଏମାନଙ୍କ ଭିରେ ୨ ଜଣ ଶିଶୁ ରହିଛନ୍ତି । କାରରେ ଥିବା ୪ ଜଣଙ୍କ ଜୀବନ ଚାଲିଯାଇଛି । ସେମାନେ ଚେନ୍ନାଇରୁ ହାଇଦ୍ରାବାଦ ଯାଉଥିଲେ । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ବସର ଆଗ ପଟ କିଛି କ୍ଷତିଗ୍ରସ୍ତ ହୋଇଛି । ପୋଲିସ ମାମଲାର ଯାଞ୍ଚ କରୁଛି ।