ମହାରାଷ୍ଟ୍ର : ମହାରାଷ୍ଟ୍ର ଜଲଗାଓଁରେ ବଡ଼ ଦୁର୍ଘଟଣା । ଏକ କେମିକାଲ ଭର୍ତ୍ତି ଟ୍ୟାଙ୍କରରେ ଭୟଙ୍କର ନିଆଁ ଲାଗିବା ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଯାଇଛି । ପ୍ରଶାସନ ପକ୍ଷରୁ ତୁରନ୍ତ ଯାତାୟାତକୁ ବନ୍ଦ କରାଯାଇଥିଲା । ଦମକଳ ବିଭାଗର ଗାଡ଼ି ଦୁଇଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲା ।
ଖବର ମୁତାବକ, ମହାରାଷ୍ଟ୍ର ଜଲଗାଓଁ ଜିଲ୍ଲା ସବସହ୍ବାଣ ଟୋଲ ପ୍ଲାଜା ନିକଟରେ ଏକ ଟ୍ରକ ରହିଥିବା ବେଳେ ପଛରୁ ଦ୍ରୁତଗତିରେ ଆସି ଆଉ ଏକ କେମିକାଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ, ଗାଡ଼ିର ଟାୟାର ଫାଟି ଯାଇଥିଲା ଏବଂ ଗ୍ୟାସ୍ ଲିକ୍ ହୋଇଥିଲା । ଗ୍ୟାସ ଲିକ୍ ହେବା ପରେ ନିଆଁ ଲାଗିଯାଇଥିଲା ।
ଧକ୍କା ପରେ ଗାଡ଼ିରେ ତୁରନ୍ତ ନିଆଁ ଲାଗିଯାଇଥିଲା । ଫଳରେ ଡ୍ରାଇଭର ଏବଂ କ୍ଲିନର ଗାଡ଼ିରୁ ବାହାରିବାର ସୁଯୋଗ ପାଇନଥିଲେ । ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଥିଲା । ଘଟଣା ପରେ ସ୍ଥାନୀୟ ଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ତେବେ ଟ୍ୟାଙ୍କରରେ ଟୋଲ୍ୟୁଇନ ଡାଏଆଇସୋସାଇନେଟ ନାମକ ଅତ୍ୟଧିକ ପ୍ରତିକ୍ରିୟାଶୀଳ କେମିକାଲ ରହିଥିଲା । ଏହି କେମିକାଲର ବ୍ୟବହାର ଫୋମ, କୋଟିଙ୍ଗସ, ଆଡିସିଭ ତିଆରି ପାଇଁ ହୁଏ ।
ଫଳରେ ଟୋଲ ପ୍ଲାଜାରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ଏଣେତେଣେ ଦୌଡିଥିଲେ । ପ୍ରଶାସନ ପକ୍ଷରୁ ତୁରନ୍ତ ଯାତାୟାତକୁ ବନ୍ଦ କରାଯାଇଥିଲା । ଦମକଳ ବିଭାଗର ଗାଡ଼ି ଦୁଇଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲା । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ସଂପୂର୍ଣ୍ଣ ଘଟଣା ବିଷୟରେ ତଦନ୍ତ କରୁଛି ।