Spread the love

ଝାରସୁଗୁଡ଼ା: ପୁଣି ବାଇକରେ ବୁହା ହେଲା ମୃତଦେହ । ମୃତଦେହ ବାହକ ଗାଡ଼ି ନମିଳିବାରୁ ବାଇକରେ ସ୍ତ୍ରୀଙ୍କ ମୃତଦେହ ବୋହିକି ନେଲେ ସ୍ବାମୀ । ଝାରସୁଗୁଡ଼ା ଲଇକେରାରୁ ଆସିଲା ହୃଦୟ ବିଦାରକ ଘଟଣା । ମୃତକ ଲ ଇକେରା ବ୍ଲକ ଉଡିଆପାଲି ଗାଁର ନରେଶ ଛତ୍ରିଆଙ୍କ ସ୍ତ୍ରୀ ଯମୁନା ଛତ୍ରିଆ । ଯମୁନା ଅସୁସ୍ଥ ହେବାରୁ ଗତକାଲି ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆକସ୍ମିକ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ତାଙ୍କ ଘର ପର୍ଯ୍ୟନ୍ତ ବାଇକରେ ମୃତଦେହକୁ ଅଣାଗଲା ।

ଆକସ୍ମିକ ମୃତ୍ୟୁ ପରେ ପରିବାର ଲୋକେ ମହାପ୍ରୟାଣ ଗାଡ଼ି ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ଗାଡ଼ି ଉପଲବ୍ଧ ନ ହେବାରୁ ଶେଷରେ ସ୍ୱାମୀ ନରେଶ ଛତ୍ରିଆ ବାଇକରେ ତାଙ୍କ ସ୍ତ୍ରୀଙ୍କ ମୃତଦେହକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଘରକୁ ନେବାକୁ ବାଧ୍ୟ ହେଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଅସନ୍ତୋଷ ଓ ମାନବିକତା ନେଇ ପ୍ରଶ୍ନ ଉଠାଇଛି । ଲୋକମାନେ ସରକାରୀ ସ୍ୱାସ୍ଥ୍ୟ ସେବା ଓ ଆପତ୍କାଳୀନ ପରିବହନ ବ୍ୟବସ୍ଥା ନେଇ ଆଲୋଚନା କରୁଛନ୍ତି ।

Leave a Reply

Your email address will not be published. Required fields are marked *