କଣ୍ଟାମାଳ : କ୍ରିକେଟ ଖେଳ ହେଲା କାଳ l ଵଜ୍ରାଘାତରେ ଦୁଇ ନାବାଳକ ମୃତ l ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସଗଡା ଝାଙ୍କରପଡା ରେ ଘଟିଛି ଏହି ଅଘଟଣ l ମୃତ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଝାଙ୍କରପଦା ଗାଁର ବିଶ୍ୱଜିତ ମିର୍ଦ୍ଧା ଏବଂ ଅନ୍ୟ ଜଣେ ଯୁବକ ଚଉଁରିଆପଦର ଗାଁର ଚରନ କୁମ୍ଭାର ବୋଲି ଜଣାପଡିଛି l କ୍ରିକେଟ ଖେଳି ଯାଇଥିବା ବେଳେ ବର୍ଷା ହେବାରୁ ଗଛ ତଳେ ଆଶ୍ରୟ ନେଇଥିଲେ l ଉଭୟେ ଗାଁର ଏକ ତେନ୍ତୁଳିଗଛତଳେ ବସିଥିବାବେଳେ ଵଜ୍ରାଘାତରେ ଉଭୟେ ଟଳି ପଡ଼ିଥିଲେ l ତୁରନ୍ତ ଉଭୟଙ୍କୁ ମନମୁଣ୍ଡା ମେଡିକାଲ ଓ ପରେ ସୋନପୁର ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଏଭଳି ଏକ ଅଘଟଣ ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l କିରନ ନିଜ ମାମୁଁ ଘର ଗାଁ ଝାଙ୍କରପଦାକୁ ଆସିଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପରିଛି l