Spread the love

 ନରସିଂହପୁର: କଟକ ଜଲ୍ଲା ନରସିଂହପୁରରେ ଗୁଳିକାଣ୍ଡ । ବଡ଼ମ୍ବା ବ୍ଲକ ମାଣିଆବନ୍ଧ ଥାନା କୁଆଁପାଳ ଛକରେ ଫୁଟିଲା ଗୁଳି । ମାଣିଆବନ୍ଧ ସରପଞ୍ଚଙ୍କ ସ୍ବାମୀଙ୍କୁ ଗୁଳିମାଡ଼। ୩ଜଣ ଯୁବକ ବାଇକରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି ।

ପ୍ରାଥମିକ ସୂଚନା ଅନୁଯାୟୀ, କିଛି ଦୁର୍ବୃତ୍ତ ହଠାତ୍ ଆସି ସରପଞ୍ଚଙ୍କ ସ୍ୱାମୀଙ୍କ ଉପରକୁ ଗୁଳି ଚଳାଇଥିଲେ ।ଆକ୍ରମଣ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି ।

Leave a Reply

Your email address will not be published. Required fields are marked *