ବିନିକା: ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ୨୫ ରାଉଣ୍ଡ ଗୁଳିମାଡ଼ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଙ୍ଗିଯୁବା ଗାଁର ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦଙ୍କ ଘରକୁ ବିଳମ୍ବିତ ରାତିରେ ଗୁଳିମାଡ଼ । ଗତକାଲି ବିଳମ୍ବିତ ରାତ୍ରି ସମୟରେ ଦୁର୍ବୃତ୍ତ୨୫ ରାଉଣ୍ଡ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଘର ଭିତରେ ଓ ବାହାରେ ଥିବା ଦୁଇଟି କାରର କିଛି ସ୍ଥାନରେ ଗୁଳି ବାଜିଥିବା ଦେଖାଦେଇଛି । ବ୍ଲକ ଅଧ୍ୟକ୍ଷ୍ୟା ଦିପ୍ତୀରେଖା ନନ୍ଦଙ୍କ ସ୍ୱାମୀ ଯୁବ ବିଜେଡି ଜିଲ୍ଲା ସଭାପତି ଅଶୋକ ନନ୍ଦ ପୂର୍ବରୁ ମଧ୍ୟ ବ୍ଲକ ଅଧ୍ୟକ୍ଷ ରହିଥିଲେ । ତେବେ ଗୁଳିମାଡ଼ର କାରଣ, କିଏ ଏଥିରେ ସଂପୃକ୍ତ ତାହା ଜଣାପଡ଼ିନାହିଁ । ପୋଲିସ ଆଖପାଖ ଅଞ୍ଚଳରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।
ଅନ୍ୟପଟେ, ସକାଳୁ ସକାଳୁ ରାଉରକେଲା ପୋଲିସର ଡବଲ ଏନକାଉଣ୍ଟର । ରାଉରକେଲା ବହୁଚର୍ଚ୍ଚିତ ତୁଫାନ ବିନ୍ଧାଣି ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଚୁନୁ ଓ ସୁଶାନ୍ତଙ୍କୁ ପୋଲିସର ଏନକାଉଣ୍ଟର। ଝିରପାଣି ଥାନା ଅଞ୍ଚଳରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ।