Spread the love

ଜୟପୁର: ବୋରିଗୁମ୍ମା ତହସିଲ ଅନ୍ତର୍ଗତ କଷାଗୁଡା ସର୍କଲ ର ମହିଳା ଆରଆଇ ଶୈଳବାଳା ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ କଷାଗୁଡା ଆରଆଇ ସର୍କଲ ର ଜଣେ ହିତାଧିକାରୀ ମତ୍ସ ପୋଖରୀ ଯୋଜନା ନିମନ୍ତେ ଟ୍ରେସ ମେପ ପାଇଁ କାର୍ଯ୍ୟରତ ମହିଳା ଆରଆଇ ଶୈଳବାଳା ନାୟକଙ୍କ ନିକଟକୁ ଯାଇଥିଲେ।ଆରଆଇ ଚାରି ହଜାର ଟଙ୍କା ଦେଲେ ଟ୍ରେସ ମେପ ଦେବି ବୋଲି କହିଥିଲେ।ଶେଷରେ ହିତାଧିକାରୀ ଜଣଙ୍କ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ।ଆଜି ଆରଆଇ ଚାରି ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି।ଅଧିକ ତଦନ୍ତ ନିମନ୍ତେ ଆରଆଇଙ୍କୁ ଜୟପୁର ସ୍ଥିତ ନିଆଯାଇଛି।ଜୟପୁର ଭିଜିଲାନ୍ସ କେସ ନମ୍ବର -୧୦/୨୦୨୬ ରୁଜୁ କରାଯାଇଛି ବୋଲି ପ୍ରେସ ନୋଟ ଜରିଆରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *