Spread the love

ପଦ୍ମପୁର : ଜେଲରେ କଏଦୀଙ୍କ ଧାରଣା ।  ପଦ୍ମପୁର ଉପକାରାଗାରରେ ଉନ୍ନତ ଖାଦ୍ୟ ଓ ମୌଳିକ ସୁବିଧା ଦାବି ନେଇ ପ୍ରାୟ ୧୦୦ ଜଣ କଏଦୀ ଆମରଣ ଅନଶନରେ ବସିଛନ୍ତି ।  ଜେଲ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।  ପଦ୍ମପୁର ଉପକାରାଗାରରେ ମୋଟ ୧୩୧ ଜଣ କଏଦୀ ରହିଛନ୍ତି ।  ସେମାନଙ୍କ ମଧ୍ୟରୁ କେତେକ ବିଚାରାଧୀନ କଏଦୀ ହୋଇଥିବା ବେଳେ ଅନ୍ୟମାନେ ବିଭିନ୍ନ ମାମଲାରେ ସଜା କାଟୁଛନ୍ତି ।

ଜେଲରେ ତାଙ୍କ ପ୍ରତି ଭଲ ବ୍ୟବହାର ହେଉନଥିବା ଅଭିଯାଗ ହୋଇଛି । ବହୁ ଦିନ ହେବ କଏଦୀମାନେ ଉନ୍ନତମାନର ଖାଦ୍ୟ, ପରିବାର ସଦସ୍ୟଙ୍କ ସହ ଅଧିକ ସମୟ ଭେଟିବା ଆଦି ଦାବି କରି ଆସୁଥିଲେ ।  ଦାବିଗୁଡ଼ିକ ପୂରଣ ନ ହେବାରୁ ଗତକାଲି ସକାଳୁ ସେମାନେ ଆମରଣ ଅନଶନ କରିଥିଲେ ।  ଜେଲ କର୍ତ୍ତୃପକ୍ଷ କଏଦୀଙ୍କ ସହ ଆଲୋଚନା କରି ବୁଝାସୁଝା କରିଛନ୍ତି ।  ଘଟଣାଟି ପଦ୍ମପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟଛି ।  କାରାଗାରର ପରିଚାଳନା ଓ କଏଦୀଙ୍କ ସୁବିଧା-ଅସୁବିଧା ନେଇ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *