ରାଉରକେଲା : ଯୁବକଙ୍କ ଗଳାକାଟି ମାରିଦେଲେ । ମଦ୍ୟପାନ ପରେ ଯୁବକଙ୍କ ଗଳାକାଟି ମାରିଦେଲେ ଦୁର୍ବୃତ୍ତ । ରାଉରକେଲା ସେକ୍ଟର ୬ ବସ୍ତି ଅଞ୍ଚଳରେ ଘଟିଛି ଏହି ଅଭାବନୀୟ କାଣ୍ଡ । ମୃତ ଯୁବକଙ୍କ ନାଁ ତୋଫାନ । କୌଣସି କାରଣରୁ ତୋଫାନଙ୍କର ଅନ୍ୟ ୫ ଯୁବକଙ୍କ ସହ ବିବାଦ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ତୋଫାନଙ୍କୁ ମାରିଦେଇଥିଲେ ଅନ୍ୟ ୫ ଯୁବକ । ମାରିଦେବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।