Spread the love

ନୀଳଗିରି : ପୁଣି ଜୀବନ ନେଲା ପରକୀୟା ପ୍ରୀତି ।  ଅପହରଣ ପରେ ଯୁବକଙ୍କୁ ହତ୍ୟା ।  ମାଟିତଳେ ପୋତିଦେଲା ଅଭିଯୁକ୍ତ ।  ୨୦ ଦିନ ପରେ ମିଳିଲା ମୃତଦେହ ।  ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁନା ଗାଁର ଘଟଣା ।  ମୃତକ ହେଲେ ଏହି ଗାଁର ବୀରେନ୍ଦ୍ର ବେହେରା ।  ସାଙ୍ଗର ସ୍ତ୍ରୀ ସହ ପରକୀୟ ପ୍ରୀତିରୁ ହତ୍ୟାକାଣ୍ଡ ।  ବୀରେନ୍ଦ୍ର ବେହେରାଙ୍କୁ ଅପହରଣ କରାଯାଇଥିବା ତାଙ୍କ ସ୍ତ୍ରୀ ସାବିତ୍ରୀ ବରହମପୁର ଥାନାରେ ମେ ମାସ ୩୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ।

ସାବିତ୍ରାଙ୍କ ଅଭିଯୋଗ ଅନୁଯାୟୀ, ବୀରେନ୍ ମଢେଇ ନାମକ ଜଣେ ଯୁବକଙ୍କର ସହ ବୀରେନ୍ଦ୍ର ବେହେରାଙ୍କର ଭଲ ବନ୍ଧୁତା ଥିଲା। କିନ୍ତୁ ବୀରେନ୍ ମଢେଇଙ୍କ ସ୍ତ୍ରୀଙ୍କ ସହ ବୀରେନ୍ଦ୍ର ବେହେରାଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ମାମଲାର ଥରେ ଗାଁ ପଞ୍ଚାୟତରେ ସମାଧାନ ହୋଇଥିଲା।

ବହୁ ସମୟରେ ବିରେନ ମଢେଇ ବୀରେନ୍ଦ୍ରଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଉଥିଲେ। ଗତ ମାସ ୨୫ ତାରିଖରେ ଏକ ଫୋନ ନମ୍ବରରୁ ବୀରେନ୍ଦ୍ରଙ୍କୁ ଡମ୍ପର ଚଳାଇବା ପାଇଁ କପ୍ତିପଦାକୁ ଡକା ଯାଇଥିଲା। ସେ କପ୍ତିପଦା ଅଭିମୁଖେ ଯିବାବେଳେ ଜାମୁନା ଛକରୁ ତାଙ୍କୁ ଅପହରଣ କରାଯାଇଥିଲା।

ଘରକୁ ନ ଫେରିବାରୁ ବୀରେନ୍ଦ୍ରଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ବିରେନକୁ ଅଟକ ରଖି ପଚରା ଉଚୁରା ପରେ ସେ ସତ ସ୍ବୀକାର କରିଥିଲା। ସେ ହତ୍ୟା କରି ଉଦଳା, ନାଗପାଳ ଦେବକୁଣ୍ଡ ରାସ୍ତାର ଏକ ନିଛାଟିଆ ସ୍ଥାନରେ ପୋତି ଦେଇଥିଲା। ଘଟଣା ସ୍ଥଳରୁ ମାଟି ଖୋଳି ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ। ଅଭିଯୁକ୍ତ କେମିତି ହତ୍ୟା କରିଥିଲା, ତାର ସିନ୍ ରିକ୍ରିଏସନ କରିଛି ପୋଲିସ। ..

Leave a Reply

Your email address will not be published. Required fields are marked *