Spread the love

ବ୍ରହ୍ମପୁର : ଧକ୍କା ଦେଲା ବାଲି ବୋଝେଇ ହାଇୱା। ଦୁଇ ଶଗଡିଆଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜଗନ୍ନାଥପୁର-ପ୍ରତାପଗିରି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ନାଥ ଜେନା ଓ ବିଜୟ ଗୌଡ଼ । ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଦୁଇଜଣ ଶଗଡ଼ରେ ବାଉଁଶ ନେଇ ଯାଉଥିବାବେଳେ ଏକ ହାଇୱା ଧକ୍କା ଦେଇଥିଳା । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ହାଇୱାକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସେହିପରି ଗତକାଲି ବରଗଡ଼ ଜିଲ୍ଲା ସୋହେଲା ଥାନା ଲେଖାପଥର ଛକରେ ସଡକ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ପୁଅ ଆଗରେ ମାଆର ଜୀବନ ଚାଲିଯାଇଥିଲା । ମାଆ-ପୁଅ ସ୍କୁଟିରେ ଯାଉଥିବାବେଳେ ଏକ ବୋରୱେଲ୍ ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତକ ପଦ୍ମପୁର ସହରର ରିନୁ ମହାପାତ୍ର ବୋଲି ଜଣାପଡିଥିଲା । ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

Leave a Reply

Your email address will not be published. Required fields are marked *