Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣିର ୧୯ତମ ପାଳି ସୋମବାର ଛଅ ଜଣ ମନ୍ତ୍ରୀଙ୍କ ଉପସ୍ଥିତିରେ ଶେଷ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ, ପୂର୍ବରୁ ହୋଇଥିବା ୧୮ଟି ପାଳିରେ ମୋଟ ଅଭିଯୋଗ ମଧ୍ୟରୁ ୯୬ ପ୍ରତିଶତର ସମାଧାନ କରାଯାଇଛି।ସେ କହିଛନ୍ତି ଯେ, ଜିଲ୍ଲାସ୍ତରରେ ମଧ୍ୟ ଜନଅଭିଯୋଗର ନିଷ୍ପତ୍ତିରେ ସନ୍ତୋଷଜନକ ଅଗ୍ରଗତି ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୮୯ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଜନଅଭିଯୋଗ ଶୁଣାଣି ସମୟରେ ଚିକିତ୍ସା ସହାୟତା ଲୋଡ଼ିଥିବା ୧୨ ଜଣ ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋଟ ୬.୧୫ ଲକ୍ଷ ଟଙ୍କାର ସହାୟତାକୁ ତୁରନ୍ତ ମଞ୍ଜୁର କରିଛନ୍ତି। ଏହି ବ୍ୟବସ୍ଥା ମାଧ୍ୟମରେ ଲୋକଙ୍କ ଅଭିଯୋଗର ଶୀଘ୍ର ସମାଧାନ ସମ୍ଭବ ହେଉଥିବାରୁ ପ୍ରଶାସନ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *