Spread the love

ଚେନ୍ନାଇ:  ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ କରୁର୍‌ ଦଳାଚକଟା ଘଟଣାର ପୀଡ଼ିତଙ୍କ ପରିବାରକୁ ତାମିଲନାଡୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସରକାରୀ ଚାକିରି ବାତିଲ କରିଦେଇଛନ୍ତି। ନିଯୁକ୍ତିକୁ ଅନୁମୋଦନ କରିଥିବା ସରକାରୀ ନିର୍ଦ୍ଦେଶକୁ କୋର୍ଟ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୦୨୫ରେ କରୁର୍‌ଠାରେ ଟିଭିକେ ରାଲି ସମୟରେ ଦଳାଚକଟା ଘଟି ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ସୋମବାର ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶନାମା ସମ୍ବିଧାନର ଧାରା ୧୪ ଓ ୧୬କୁ ଉଲ୍ଲଂଘନ କରୁଛି।

ଏପରି ନିଯୁକ୍ତିକୁ ଅନୁମତି ଦିଆଯିବା ଦ୍ବାରା ଭବିଷ୍ୟତରେ ଅଧିକ ଦାବି ଉଠିବ। ଆଡ୍‌ଭୋକେଟ୍‌ ମହମ୍ମଦ ରସିଦ ବିଜୟଙ୍କ ନେତୃତ୍ବାଧୀନ ତାମିଲନାଡ଼ୁ ସରକାରଙ୍କ ଅନୁକମ୍ପାମୂଳକ ଚାକିରି ଦେବା ନିଷ୍ପତ୍ତିକୁ ମାଡ୍ରାସ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ମାଡ୍ରାସ ହାଇକୋର୍ଟ ମଧ୍ୟ ତାଙ୍କ ଯୁକ୍ତିକୁ ଗ୍ରହଣ କରି ଏପରି ନିଯୁକ୍ତି ଆଇନସମ୍ମତ ନୁହେଁ ବୋଲି କହିଥିଲେ। ହାଇକୋର୍ଟ କହିଥିଲେ, ସୁପ୍ରିମ୍‌କୋର୍ଟ ଅନୁକମ୍ପାମୂଳକ ଚାକିରି ପାଇଁ ପୂର୍ବରୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଚାରୋଟି ଯୋଗ୍ୟତା ମାନଦଣ୍ଡ ସ୍ଥିର କରାଯାଇଛି ଓ ଦଳାଚକଟା ପୀଡିତଙ୍କ ପରିବାର ସେହି ବର୍ଗରେ ଆସୁନାହାନ୍ତି।

Leave a Reply

Your email address will not be published. Required fields are marked *