ହରିୟାଣା : ହରିୟାଣା ନୁହ ଜିଲ୍ଲାରେ କୁଣ୍ଡଲୀ-ମାନେସର-ପଲବଲ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୪ ପୋଲିସ କର୍ମୀଙ୍କ ସମତେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ସ୍କର୍ପିଓ କାର୍ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ସକାଳ ୧୦.୩୦ ମିନିଟରେ ଧୁଲାବଟ ଟୋଲ ପ୍ଲାଜା ନିକଟରେ ହୋଇଥିଲା । ଦୁର୍ଘଟଣା ପରେ ଆଖପାଖରେ ଆତଙ୍କ ଖେଳିଯାଇଥିଲା ।
ନୁହ ଜିଲ୍ଲାରେ କୁଣ୍ଡଲୀ-ମାନେସର-ପଲବଲ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଧୁଲାବଟ ଟୋଲ ପ୍ଲାଜା ନିକଟରେ ସକାଳ ୧୦.୩୦ ମିନିଟରେ ଦୁର୍ଘଟଣା ହୋଇଥିଲା । କାର୍ ଚାଳକ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା ଗାଡ଼ି ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ସ୍କର୍ପିଓ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ।
ଦୁର୍ଘଟଣା ବିଷୟରେ ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚିଥିଲା । ଗାଡିରେ ଫସିଥିବା ମୃତଦେହକୁ ପୋଲିସ ଜବତ କରି ହସପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ୫ ପୋଲିସ କର୍ମୀ ୟୁପି ପୋଲିସରେ ଭର୍ତ୍ତି ଥିଲେ । ଯବାନ ଜାଲୋନ ଜିଲ୍ଲାରେ ନିୟୋଜିତ ଥିଲେ ।
ପ୍ରାରମ୍ଭିକ ଯାଞ୍ଚରୁ ଦୁର୍ଘଟଣା ଦ୍ରୁତ ଗତି ଓଭରଟେକ୍ ସମୟରେ ହୋଇଥିବା ଜଣାପଡିଛି । ପୋଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି । ଗାଡି ଚାଳକ ଏକ୍ସପ୍ରେଓେ୍ବରେ ସାବଧାନତାର ସହ ଗାଡି ଚଲାଇବା ପାଇଁ ଅପିଲ କରିଛି ।