Spread the love

ଭୁବନେଶ୍ଵର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ରାଜସ୍ଵ ବିଭାଗ ନୂଆ ଏସ୍‌ଓପି ପ୍ରସ୍ତୁତ କରିଛି। ଅଧିକ ଖରା ହେଉଥିବା ସ୍ଥାନରେ ହିଟ୍‌ ୱେଭ୍‌ ଆଶ୍ରୟସ୍ଥଳୀ ନିର୍ମାଣ ହେବ। ସକାଳ ୧୧ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଯାତ୍ରୀ ଓ ମାଲ୍‌ ପରିବହନ ଉପରେ ତଦାରଖ କରାଯିବ। ରାସ୍ତାରେ ଯାଉଥିବା ଡ୍ରାଇଭର ମାନଙ୍କ ପାଇଁ ଓଆରଏସ୍‌ ଏବଂ ପିଇବା ପାଣିର ବ୍ୟବସ୍ଥା କରାଯିବ। ସେହିପରି କିଛି ଅଘଟଣକୁ ଦୃଷ୍ଟିରେ ମେଡିକାଲ ଏବଂ ଆମ୍ବୁଲାନ୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦ ମିନିଟ୍ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଂଶୁଘାତ ମୃତ୍ୟୁ ପାଇଁ ରିପୋର୍ଟ ପାଇବାର ୨୪ ଘଣ୍ଟାରେ କ୍ଷତିପୂରଣ ପ୍ରଦାନ କରାଯିବ। ଏବଂ ଯେଉଁ ଗାଡି ମାନଙ୍କରେ ଏସି ନଥିବ, ସେ ଗାଡିରେ ଯାଉଥିବା ଲୋକ ମାନଙ୍କର ଯଦି କୌଣସି ଅସୁବିଧା ହୁଏ , ତେବେ ସେହି ଗାଡିର ମାଲିକ ହିଁ ଦାୟୀ ରହିବେ। ଆଜି ଜିଲ୍ଲାପାଳଙ୍କ ସହିତ ଭିସିରେ ବୈଠକ କରିବା ପରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେହିପରି ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ମାନଙ୍କୁ ଅଧିକୃତ କରାଯାଇଥିବା କହିଛନ୍ତି ସୁରେଶ ପୂଜାରୀ ।

Leave a Reply

Your email address will not be published. Required fields are marked *