ସୁନ୍ଦରଗଡ଼ : ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ର ତଳସରା ଥାନା ଡମକୁଡା ଗ୍ରାମରେ ଘଟିଛି। ଘରୋଇ କଳିରୁ ନିଜ ସ୍ତ୍ରୀର ମୁଣ୍ଡରେ ପଥର ଛେଚି ହତ୍ୟା କରିଛି ସ୍ୱାମୀ।
ମିଳିଥିବା ଖବର ଅନୁଯାୟୀ, ରାଜେଶ ହେମ୍ବ୍ରମଙ୍କର ତାଙ୍କ ସ୍ତ୍ରୀ ଆରତୀ ହେମ୍ବ୍ରମଙ୍କ ସହ କୌଣସି କଥାକୁ ନେଇ କଳହ ହୋଇଥିଲା। ମଦ ନିଶାରେ ରାଜେଶ ଆରତୀଙ୍କୁ ପଥରରେ ଛେଚି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।