Spread the love

ତେହେରାନ: ପାକିସ୍ତାନ ଯାଇ ଆମେରିକା ସହିତ କୌଣସି ଆଲୋଚନା କରିବାକୁ ଇରାନ ଚାହୁ ନଥିବା ରିପୋର୍ଟ ମଧ୍ୟରେ ଶନିବାର ଇରାନ ବିଦେଶ ମନ୍ତ୍ରୀ ଅବାସ ଅରାଘଚି ସ୍ପଷ୍ଟ ମତ ରଖିଛନ୍ତି। ଇସଲାମାବାଦ ଯାଇ ମଧ୍ୟସ୍ଥତା ଆଲୋଚନା କରିବାକୁ ତାଙ୍କ ଦେଶ କେବେ ମନା କରିନାହିଁ ବୋଲି ଅରାଘଚି ଶନିବାର ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଅରାଘଚି ପ୍ରକାଶ କରିଛନ୍ତି ଯେ, ଆମେରିକା ଗଣମାଧ୍ୟମରେ ଇରାନର ମତକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି।
ପାକିସ୍ତାନର ପ୍ରୟାସ ନେଇ ସେ ଧନ୍ୟବାଦ ଜଣାଇଛନ୍ତି ଓ କହିଛନ୍ତି ଇସଲାମାବାଦ ଯିବାକୁ ସେ କେବେ ମନା କରିନାହାନ୍ତି। ତେବେ ଅରାଘଚି ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଆମ ଉପରେ ଲଦି ଦିଆଯାଇଥିବା ଏକ ଅବୈଧ ଯୁଦ୍ଧର ନିର୍ଣ୍ଣାୟକ ତଥା ସ୍ଥାୟୀ ପରିସମାପ୍ତି ଚାହୁଛୁ। ସୂଚନାଯୋଗ୍ୟ, ପୂର୍ବରୁ କୁହାଯାଇଥିଲା ଯେ, ଇରାନ ପକ୍ଷରୁ କୌଣସି ଜବାବ ମିଳୁନଥିବାରୁ ଶାନ୍ତି ଆଲୋଚନା ଧିମେଇ ଯାଇଛି। ତେବେ ପାକିସ୍ତାନର ବିଦେଶ କାର୍ଯ୍ୟାଳୟ ପ୍ରବକ୍ତା ତାହିର ଅନ୍ଦ୍ରାବି କିନ୍ତୁ ଏହାକୁ ଭିତ୍ତିହୀନ ଓ ମନଗଢ଼ା ବୋଲି କହିଥିଲେ। ଇସଲାମାବାଦର ବୈଦେଶିକ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଏକ ରୁଦ୍ଧଦ୍ୱାର ବ୍ରିଫିଂକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ ଇରାନ ଏବଂ ପାକିସ୍ତାନର ଏହି ମନ୍ତବ୍ୟ ଆସିଛି।

Leave a Reply

Your email address will not be published. Required fields are marked *