Spread the love

ପୁରୀ: ପୁରୀ ଜେଲରେ କଏଦୀ ମୃତ୍ୟୁ । ପୁରୀ ବାଙ୍ଗର ଜେଲ ଭିତରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ କଏଦୀ ହେଉଛନ୍ତି ପୁରୀଜିଲା ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦିପ୍ତୀରଞ୍ଜନ ସ୍ୱାଇଁ l ୨୦୨୩ ମସିହାରେ ଏକ ବଳକ୍ତାର ଅଭିଯୋଗରେ ଜେଲ ଯାଇଥିଲେ ଦିପ୍ତୀରଂଜନ । ରବିବାର ଜେଲ ପରିସରରୁ ଝୁଲନ୍ତା ଅବସ୍ଥାରେ ଦିପ୍ତୀରଞ୍ଜନ ମୃତଦେହ ଉଦ୍ଧାର କରିଛନ୍ତି ଜେଲ କର୍ତ୍ତୃପକ୍ଷ। ପୁରୀ ମେଡିକାଲରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଦିପ୍ତୀରଂଜନଙ୍କ ପରିବାର ଲୋକ।

Leave a Reply

Your email address will not be published. Required fields are marked *