Spread the love

ଢେଙ୍କାନାଳ : ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ  ଏକ  ଇଞ୍ଜିନିୟରିଙ୍ଗ  କଲେଜ କ୍ୟାମ୍ପସ  ପରିସରରେ ଗୁଳିମାଡ଼ ସହ ଜଣେ ଛାତ୍ରଙ୍କୁ ଆକ୍ରମଣ ।  କଲେଜ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପୁର୍ବ ଶତୃତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି ।  ଗୋଟିଏ ରାଉଣ୍ଡ ଗୁଳିମାଡ ହୋଇଛି  ।  ଗୁଳିମାଡ଼ କରୁଥିବା ଯୁବକ ହାତକୁ ବାଡ଼େଇ ଦେବାରୁ ପିସ୍ତଲଟି ତଳେ ପଡ଼ି ଗୋଟିଏ ରାଉଣ୍ଡ  ଗୁଳି  ତଳେ ଫୁଟିଥିବା ବେଳେ ଅଳ୍ପକେ ବଞ୍ଚିଯାଇଛନ୍ତି କଲେଜ ଛାତ୍ର ।

କଲେଜ ପରିସରକୁ  ଜଣେ ଛାତ୍ରଙ୍କ ସହଯୋଗରେ କିଛି ଅଣ ଛାତ୍ର ପଶି ଆକ୍ରମଣ ଓ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି ।  ଟାଉନଥାନା ପୋଲିସ କଲେଜ ପରିସରରେ  ପହଞ୍ଚି ଅଧିକ ପଚରା ଉଚ଼ରା କରିବା ସହ  ତଦନ୍ତ ଜାରି ରଖିଛି । ଆହତ ହୋଇଥିବା ଛାତ୍ର ମାଡ଼ ମାରିବା ଏବଂ ବନ୍ଧୁକ ଗୋଟିଏ ରାଉଣ୍ଡ ଗୁଳି ଫୁଟିବା କହୁଥିବା ବେଳେ କଲେଜ କର୍ତ୍ତୃପକ୍ଷ ଗୁଳିଫୁଟିବା ଘଟଣାକୁ ଅସ୍ବୀକାର କରିଛନ୍ତି ।  ଅଣଛାତ୍ର ଘଟଣାକୁ ମଧ୍ୟ ଅଧକ୍ଷ ଅସ୍ୱୀକାର କରୁଥିବା ବେଳେ ଆହତ ଛାତ୍ର ଜଣଙ୍କ  ଟାଉନ ଥାନାରେ ଲିଖିତ ଏତଲା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *